ଇସଲାମାବାଦ(ଏଟିଆର ବ୍ୟୁରୋ):ପାକିସ୍ତାନ ପକ୍ଷରୁୁ ଶାହିନ ୩ କ୍ଷେପଶସ୍ତ୍ରା ସଫଳ ପରୀକ୍ଷଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ପାକିସ୍ତାନୀ ସେନା ବୁଧବାର କହିଥିଲା ଯେ, ଶାହିନ-୩ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନ କୌଶଳ ଉପରେ ଆଧାରିତ ।
ବଲୁଚିସ୍ତାନ ରିପବ୍ଲିକନ ପାର୍ଟି ଟ୍ଵିଟ୍ କରି କହିଛି ଯେ ପାକିସ୍ତାନୀ ଆର୍ମି ବୁଧବାର ଶାହିନ-୩ ମିସାଇଲ ପରୀକ୍ଷଣ କରିଛି।ବଲୁଚିସ୍ତାନ ରିପବ୍ଲିକନ ପାର୍ଟିର ମୁଖପାତ୍ର ଶେର ମହମ୍ମଦ ବୁଗତି ମିସାଇଲ ପରୀକ୍ଷଣ ସମୟରେ ଲୋକେ ଆହତ ହୋଇଥିବା ସୂଚନା ଦେଇଛନ୍ତି। ସେ ଟ୍ଵିଟ୍ କରିଛନ୍ତି ଯେ, ପାକିସ୍ତାନୀ ସେନା ବଲୁଚିସ୍ତାନକୁ ପ୍ରୟୋଗଶାଳାରେ ପରିଣତ କରିଛନ୍ତି।
ପାକିସ୍ତାନ ସେନା କହିଛି ଶାହିନ-୩ର ମାରକ କ୍ଷମତା ୨୭୫୦ କିଲୋମିଟର ରହିଛି। ବିଶେଷଜ୍ଞଙ୍କ ଅନୁଯାୟୀ ପାକିସ୍ତାନର ମିସାଇଲ ମଧ୍ୟ-ପୂର୍ବର କିଛି ଅଞ୍ଚଳ ସମେତ ଭାରତରେ ନିଜର ଟାର୍ଗେଟ୍ ପର୍ୟ୍ୟନ୍ତ ପହଞ୍ଚି ପାରିବ। ହେଲେ ସେନା ଏହାକୁ ନେଇ ଅଧିକ ସୂଚନା ଦେଇ ନାହିଁ।