ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆସ୍ଥା ଭୋଟରେ ବିଜୟ ହୋଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।ସଂସଦ ପ୍ରଧାନମନ୍ତ୍ରୀ ଇମ୍ରାନ ବହୁମତ ହାସଲ କରିଛନ୍ତି । ଇମ୍ରାନ ଖାନ ୧୭୮ଭୋଟରେ ଆସ୍ଥା ଭୋଟ ଜିତିଥିବା ଜଣାପଡିଛି ।
ଇମ୍ରାନଙ୍କ ଅର୍ଥମନ୍ତ୍ରୀ ଅବ୍ଦୁଲ ହଫିଜ୍ ଶେଖ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିପିପି ପାର୍ଟିର ବରିଷ୍ଠ ନେତା ୟୁସୁଫ୍ ରାଜା ଗିଲାନୀଙ୍କଠାରୁ ପରାଜିତ ହେବା ପରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସ୍ତଫା ଲାଗି ଚାପ ପକାଇଥିଲେ। ଇମ୍ରାନ ଖାନ ତାଙ୍କ ସରକାରର କ୍ଷମତାରେ ରହିବାର ସାମ୍ବିଧାନିକ ଅଧିକାର ପ୍ରମାଣିତ କରିବାକୁ ବିଶ୍ୱାସମତ ହାସଲ କରିବା ନେଇ ନିଷ୍ପତ୍ତି ନେଇଥିଲେ।
ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ୧୭୧ ସଦସ୍ୟଙ୍କ ଆବଶ୍ୟକତା ରହିଥିବା ବେଳେ ସପକ୍ଷରେ ୧୭୮ ଖଣ୍ଡ ଭୋଟ ପଡିଥିଲା । ପାକିସ୍ତାନ ଆସେମ୍ବିକରେ ଇମ୍ରାନଙ୍କ ଦଳ ସଂଖ୍ୟା ୩୪୨ । ତେବେ ସମ୍ପ୍ରତି ସଦସ୍ୟଙ୍କ ସଂଖ୍ୟା ୩୪୦ ରହିଛି । ତେବେ ଇମ୍ରାନ ଖାନଙ୍କ ପିଟିଆଇ ପାର୍ଟିରେ ମୋଟ ୧୫୭ ଜଣ ସଦସ୍ୟ ଅଛନ୍ତି । ଏହା ସହିତ ବିରୋଧୀ ପାକିସ୍ତାନ ମୁସଲିମ୍ ଲିଗ୍ ପାର୍ଟିରେ ୮୩ ଜଣ ସାଂସଦ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିରେ ୫୫ଜଣ ସାଂସଦ ଅଛନ୍ତି ।