ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ । ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ । ସେହିପରି ଜ୍ୟୋତିଷୀୟ ଗଣନା ଅନୁସାରେ ଆଜି ହେଉଛି ମେଷ ସଂକ୍ରାନ୍ତି । ଓଡ଼ିଶାରେ ଆଜିଠାରୁ ନୂଆ ପାଞ୍ଜି ପ୍ରଚଳନ ଆରମ୍ଭ ହୁଏ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ।
ଆଜି ପ୍ରତି ଓଡ଼ିଆ ଘର ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଣ୍ଡିଆ କରି ଏକ ପାଣିଭର୍ତ୍ତି ଛୋଟ ଠେକି ରଖାଯାଏ । ଏହି ଠେକି ତଳେ ଏକ ଛୋଟ ଛିଦ୍ରଥାଏ, ଯଦ୍ୱାରା ପାଣି ତୁଳସୀ ଗଛରେ ପଡିପାରିବ । ଆଜିର ଦିନରେ ଦେବାଦେବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚାନା ସହ ଛତୁଆ ଓ ପଣା ଭୋଗର ବିଧି ରହିଛି। ଏଥିସହ ବ୍ରତଧାରୀମାନେ କଣ୍ଟା ଓ ଜଳନ୍ତା ଅଗ୍ନିରେ ଚାଲିଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଆଜି ମଧ୍ୟ ସମଗ୍ର ଓଡ଼ିଶାରେ ହନୁମାନ ଜୟନ୍ତି ଭାବେ ପାଳନ କରାଯାଏ । ଓଡ଼ିଆ ଲୋକମାନେ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳଶା ପାଠ କରି ନିଜର ମନୋସ୍କାମନା ପୂରଣ କରିଥାନ୍ତି । କେବଳ ହନୁମାନ ନୁହଁନ୍ତି,ଆଜି ଦିନରେ ଲୋକମାନେ ଶିବ ମନ୍ଦିର, ସୂର୍ୟ୍ୟମନ୍ଦିର ଓ ଦେବୀ ମନ୍ଦିର ଯାଇ ଦର୍ଶନ କରିଥାନ୍ତି । ବିଶେଷ କରି ମା ତାରିଣି ପୀଠରେ ଆଜି ଉତ୍ସବ ପାଳନ ହୋଇଥାଏ । ଆଜି ଦିନର ଆଉ ଏକ ବିଶେଷତ୍ୱ ହେଉଛି ବେଲ ପଣା ସେବନ । ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଦେବାଳୟରେ ପଣା ବଣ୍ଟନ କରାଯାଇଥାଏ ।
JUST IN
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୧ ଡିଗ୍ରୀ ଉପରେ ଝାରସୁଗୁଡା | 19 Apr 2024
-
ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 19 Apr 2024
-
ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ | 19 Apr 2024
-
ନିର୍ବାଚନ ପାଇଁ ଗତକାଲିଠୁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା | 19 Apr 2024
-
ହିଟୱେଭ ପାଇଁ ଆଜି ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 19 Apr 2024
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୦ ଡିଗ୍ରୀ ଉପରେ ୪ ସହର | 18 Apr 2024
-
ଓଡିଶାରେ କେଉଁଠି କେତେବେଳେ ଭୋଟ ଆସନ୍ତୁ ଜାଣିବା | 18 Apr 2024
-
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 18 Apr 2024
-
ଆଜିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି | 18 Apr 2024
-
ହିଟୱେଭ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 18 Apr 2024
-
ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା, କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ | 17 Apr 2024
-
ଆସନ୍ତାକାଲିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା | 17 Apr 2024