ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ସାଧାରଣ ଜନତାଙ୍କ ପାଇଁ ଘର କିଣିବା ମହଙ୍ଗା ହୋଇଛି । ରେଜିଷ୍ଟ୍ରେସନ ଚାର୍ଜ, ଜିଏସଟି ଚାର୍ଜ ଦେବା ପରେ ଏବେ ଜନତାଙ୍କ ଉପରେ ଆଉ ଏକ ଭାର ପଡିଛି । ତାହା ହେଉଛି ଆୟକର ବିଭାଗର ଟିଡିଏସ ଚାର୍ଜ । ପୂର୍ବରୁ ସାଧାରଣ ଜନତାଟିଏ ଘର କିଣିବା ବେଳେ ତାକୁ ରେଜିଷ୍ଟ୍ରେସନ୍ ବାବଦରେ ୭ ପ୍ରତିଶତ, ଜିଏସଟି ବାବଦରେ ୫ ପ୍ରତିଶତ ଦେବାକୁ ପଡୁଥିଲା । ମାତ୍ର ଏଥିରେ ଆଉ ଏକ ଚାର୍ଜ ସାମିଲ ହୋଇଯାଇଛି । ତାହା ହେଉଛି ୧ ପ୍ରତିଶତ ଟିଡିଏସ ବାଧ୍ୟତାମୂଳକ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟାର ଅଧିକାରୀଙ୍କ ପାଖକୁ ନୋଟିସ୍ ଜାରି କରାଯାଇଛି ।
ନୋଟିସ୍ ଅନୁଯାୟୀ ଯେଉଁ ବ୍ୟକ୍ତି ୫୦ ଲକ୍ଷରୁ ଅଧିକ ଟଙ୍କାର ଘର କିଣୁଛନ୍ତି । ତାଙ୍କୁ ୧ ପ୍ରତିଶତ ଅଧିକ ଟିଡିଏସ ଚାର୍ଜ ଦେବାକୁ ପଡିବ । ଅପରପକ୍ଷେ ଯଦିି ଆୟ କର ବିଭାଗର ଯାଞ୍ଚ ବେଳେ ଜାଣିବାକୁ ମିଳେ କି ସିଏଲଡିଡ୍ ରେ ପ୍ୟାନ୍ କାର୍ଡ ନାହିଁ କି ୫୦ ଲକ୍ଷରୁ ଅଧିକ ଟଙ୍କାର ରେଜିଷ୍ଟ୍ରେସନ ଟିଡିଏସ ଚାର୍ଜ ପଡିନାହିଁ ତେବେ ଏହାର ସମ୍ପୂର୍ଣ୍ଣ ଦାୟୀ ରହିବେ ରେଜିଷ୍ଟାର । ଏହାସହିତ ତାଙ୍କ ଉପରେ ୧୦ ହଜାର ଟଙ୍କାର ଜରିମନା ପଡିବ । ସେହିପରି ୧୦ ଲକ୍ଷରୁ ଅଧିକ ଟଙ୍କାର ଘର ରେଜିଷ୍ଟ୍ରେସନ୍ ହେଉ ଅବା ୫୦ ଲକ୍ଷ ଟଙ୍କାର ରେଜିଷ୍ଟ୍ରେସନ୍ ଏବେ ପ୍ୟାନ୍ କାର୍ଡ ଦେବା ବାଧ୍ୟତା ମୂଳକ ବୋଲି କୁହାଯାଇଛି ।