ଭୁବନେଶ୍ୱର ( ଏଟିଆର ବ୍ୟୂରୋ): ହିନ୍ଦୁ ଧର୍ମ ଅନୁସାରେ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । କଥାରେ ଅଛି ଏହି ସମୟରେ ମା ଲକ୍ଷ୍ମୀ ଧରାପୃଷ୍ଠରେ ଭ୍ରମଣ କରିଥାନ୍ତି । ସେହିଭଳି ଭଗବାନ ବିଷ୍ଣୁ ମଧ୍ୟ ଏହି ମାସରେ ଯାଗ୍ରତ ରହିଥାନ୍ତି । ଏହି ସାସରେ ଯଦି କେହି ବ୍ୟକ୍ତି ତୁଳସୀ ଗଛଟିଏ ଲଗାଇ ଏଥିରେ ଜଳ ଅର୍ଘ୍ୟ କରନ୍ତି ତେବେ ଭଗବାନଙ୍କ କୃପା ଦୃଷ୍ଟି ପଡେ ବୋଲି ବିଶ୍ୱାସ ରହିଛି । ତେବେ ଆଜି ଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ ପଞ୍ଚୁକ । ଏହି ପାଞ୍ଚ ଦିନ ହିନ୍ଦୁ ଧର୍ମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ।
ଏହି ସମୟରେ ଘରେ ଆମିଶ ପଶିବା ନିଷେଧ । ଏମିତି କି ଏହି ପାଞ୍ଚଦିନ ବଗ ମଧ୍ୟ ଆମିସ ଛାଡିବା କଥା ରହିଛି । ଏହି ଦିନରେ ଚଉରା ମୂଳରେ ବସି ଭାଗବତ ପାଠ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି କୁହାଯାଏ । ସେଥିପାଇଁ ଏହି ପାଞ୍ଚଦିନ ସକାଳୁ ସକାଳୁ ଉଭୟ ମହିଳା ଓ ପୁରୁଷ ମାନେ ଭଗବାନଙ୍କ ପୀଠ କିମ୍ବା ଚଉରା ମୂଳରେ ବସି ଭାଗବତ ପାଠ କରିଥାନ୍ତି । ତେବେ ପୁରାଣ ଶାସ୍ତ୍ର ଅନୁସାରେ ଏହି ପାଞ୍ଚଦିନର ପ୍ରତ୍ୟେକ ଦିନ ଯଦି ୧୦୮ ଥର ଲେଖାଏଁ କେହି ‘ ଓଁ ନମଃ ଭଗବତେ ବାସୁଦେବାୟ’ ଉଚ୍ଚାରଣ କରିଥାଏ ତେବେ ତାକୁ ପୂଣ୍ୟ ମିଳିଥାଏ ।