ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱରରେ ଦିନକୁ ଦିନ ବଡବଡ ମଲ ଓ ଦୋକାନ ଖୋଲିବାରେ ଲାଗିଲାଣି । ଗୋଟିଏ ଛାତ ତଳେ ସବୁ ଜିନିଷ ମିଳୁଥିବାରୁ ଗ୍ରାହକମାନଙ୍କର ମଧ୍ୟ ଭିଡ ସବୁଦିନ ବଢିବାରେ ଲାଗିଛି । ଲୋକମାନେ ଆସୁଥିବା ଗାଡିକୁ ମଲ ସମ୍ମୁଖରେ ବା ମଲ ମଧ୍ୟରେ ଥିବା ପାର୍କିଂ ସ୍ଥାନରେ ରଖିଥାନ୍ତି । କିନ୍ତୁ ଏହି ପାର୍କିଂ ସମୟରେ ସେମାନଙ୍କୁ ମଲର କତ୍ତୃ ପକ୍ଷଙ୍କୁ ଦେବାକୁ ପଡିଥାଏ ପାର୍କିଂ ଫି । ତେବେ ଏହି ନିକଟରେ ମଲ ତରଫରୁ ମନଇଛା ଫି ଆଦାୟ କରାଯାଉଥିବା ଦର୍ଶାଇ ବିଏମସି ଓ ବିଡିଏ ପକ୍ଷରୁ ମଲଗୁଡିକୁ ଫି ଆଦାୟ ନକରିବା ପାଇଁ ନିିର୍ଦ୍ଦେଶ ଦିଆଯାଇଥିଲା ।
କିନ୍ତୁ ଏହି ନିର୍ଦ୍ଦେଶକୁ ବିରୋଧ କରି ଭବାନୀ ମଲ ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ହାଇକୋର୍ଟ ମଧ୍ୟ ଏହି ପିଟିସନକୁ ଗ୍ରହଣ କରିଛି ଏବଂ ଗତ ୨୭ ତାରିଖ ଦିନ ହାଇକୋର୍ଟ ବିଏମସି ଓ ବିଡିଏକୁ ଏକ ନିର୍ଦ୍ଦେଶ ପ୍ରଦାନ କରିଛି । ହାଇକୋର୍ଟ ବିଏମସି ଓ ବିଡିଏକୁ ନିଜ ନିର୍ଦ୍ଦେଶ ଉପରେ ସ୍ଥଗିତା ଦେଶ ଲଗାଇବାକୁ ନିର୍ଦ୍ଦେଶ ଦେଇଛିନ୍ତି । ଏବଂ ଭବାନୀ ମଲ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ଉଭୟ ବିଏମସି ଓ ବିଡିଏର ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।