ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସଂସଦ ଭବନରେ କ୍ୟାଣ୍ଟିନରେ ଆଉ ଶସ୍ତାରେ ମିଳିବ ନାହିଁ ଖାଦ୍ୟ । ଫଳରେ କ୍ୟାଣ୍ଟିନରେ ଖାଇବା ପାଇଁ ହେଲେ ଏବେ ବଜାର ଦର ଅନୁସାରେ ଟଙ୍କା ଦେବାକୁ ପଡିବ । ଏନେଇ ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି । ଏହା ଦ୍ୱାରା ବାର୍ଷିକ ୮ କୋଟି ଟଙ୍କା ଫାଇଦା ହେବ ବୋଲି ସେ କହିଛନ୍ତି ।
ଜାନୁଆରୀ ୨୯ ତାରିଖରୁ ସଂସଦରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଚାଲିବ । ଏହା ପରେ ପୁଣି ଥରେ ମାର୍ଚ୍ଚ ୮ ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଦ୍ୱିତୀୟ ଅଧିବେଶନ ବସିବ ।
ସଂସଦ କ୍ୟାଣ୍ଟିନକୁ ଏବେ ଆଇଟିଡିସି ଚଳାଇବେ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଏହି ଦାୟିତ୍ୱ ଉତ୍ତର ରେଳବାଇ ପାଖରେ ଥିଲା । ପୁର୍ବରୁ ସଂସଦମାନଙ୍କୁ ସବସିଡିରେ ୩୫ ଟଙ୍କାରେ ଖାଇବା ପେଇଁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଆଗକୁ କ୍ୟାଣ୍ଟିନରେ କେତେ ଟଙ୍କାରେ ଖାଇବା ପାଇଁ ମିଳିବ ଏ ନେଇ କୈାଣସି ସୂଚନା ମିଳିନାହିଁ ।