ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନିର୍ମାଣ ହେବ ନୂଆ ସଂସଦ ଭବନ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ପାଇଁ ଆସନ୍ତା ୧୦ ତାରିଖରେ ଭିତି ପ୍ରସ୍ତର ସ୍ଥାପନ କରିବେ । ଚଳିତ ମାସରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କୁହାଯାଇଛି ।
ଏହି ନିର୍ମାଣ କାର୍ଯ୍ୟ ଅକ୍ଟୋବର ୨୦୨୨ ରେ ଶେଷ ହୋଇପାରେ । ଏଥିନିମନ୍ତେ ପ୍ରତ୍ୟେକ ସାଂସଦ ଭବନ ସୁବିଧା ସୁଯୋଗ ଦିଆଯିବ । ନୂଆ ସଂସଦ ବିଲଣ୍ଡିଂରେ ଲୋକସଭା ସଦସ୍ୟ ପାଇଁ ୮୮୮ ଟି ଓ ରାଜ୍ୟସଭା ପାଇଁ ୩୨୬ ରୁ ଅଧିକ ସିଟର ବ୍ୟବସ୍ଥା ହେବ ।
ଏହି ନିର୍ମାଣ କାର୍ଯ୍ୟ ପାଇଁ ଟାଟା ପ୍ରୋଜେକ୍ଟସକୁ ଠିକା ଦିଆଯାଇଛି । ୬୪ ହଜାର ୫ ଶହ ବର୍ଗ ମିଟର ଅଂଚଳରେ ନିର୍ମାଣ ହେବ ଏହି ବିଲଣ୍ଡି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୦ ତାରିଖରେ ଦିନ ୧ ଟାରେ ଏହାର ଭୂମିପୁଜା କରିବେ । ଏଥି ପାଇଁ ଖର୍ଚ୍ଚ ହେବ ପ୍ରାୟ ୯୭୧ କୋଟି ଟଙ୍କା । ଏହାର ନିର୍ମାଣ ପାଇଁ ଟାଟା ପ୍ରୋଜେକ୍ଟସକୁ ଦାୟିତ୍ୱ ଦିଆଯାଇଛି ।
ଏହି ଭବନ ଟିୁ ପୁରୁଣା ଭବନ ଠାରୁ ୧୭ ହଜାର ବର୍ଗ ମିଟର ବଡ ।ଲୋକସଭା ଓ ରାଜ୍ୟସଭା ବ୍ୟତିତ ନୁଆ ଭବନରେ ଏକ ସମ୍ବିଧାନ କୋଠା ମଧ୍ୟ ରହିଛି ।