ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାର ଦେଖି ରାଜ୍ୟ ସରକାର ଲକଡାଉନ କଟକଣା କୋହଳ କରିଛନ୍ତି । ଆଜିଠୁ ରାଜ୍ୟରେ ୧୪ ଦିନିଆ ଆଂଶିକ ଲକଡାଉନ । ଏହା ଜୁଲାଇ ୧ ଯାଏଁ ଜାରି ରହିବ । ସେହିପରି ୩୦ ଜିଲ୍ଲାକୁ ୨ ଭାଗରେ ବିଭକ୍ତ କରିଛନ୍ତି ସରକାର । ଏ କ୍ୟାଟେଗୋରୀରେ ୧୭ ଜିଲ୍ଲା ରହିଥିବା ବେଳେ ବି କ୍ୟାଟଗୋରୀରେ ୧୩ ଜିଲ୍ଲା ରହିଛି ।
୧୭ ଜିଲ୍ଲାରେ କଟକଣା ଅଧିକ କୋହଳ କରାଯାଇଛି । ଏହି ଜିଲ୍ଲା ଗୁଡିକରେ ସକାଳ ୬ଟାରୁ ସନ୍ଧ୍ୟା ୫ ଯାଏଁ ଦୋକାନ ବଜାର ଖୋଲା ରହିବ । ଏହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ତି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ , ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲାକାନାଗିରି ଏବଂ ରାୟଗଡା ।
ସେହିପରି ୧୩ ଜିଲ୍ଲରେ କଟକଣା ସାମାନ୍ୟ କୋହଳ କରାଯାଇଛି । ଏହି ଜିଲ୍ଲାଗୁଡିକରେ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଦୋକାନ ବଜାର ଖୋଲିବ । ଏହି ଜିଲ୍ଲାଗୁଡିକ ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ,କଟକ, କେନ୍ଦ୍ରପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର,ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର।
ସେହିପରି ମଣ୍ଣିଂ ୱାକର ସମୟ ସକାଳ ୬ଟାରୁ ୯ଟା କରାଯାଇଛି । ଏହାସହିତ ଖୀର ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନ ଖୋଲିବା ପାଇଁ ଅନୁମତି ମିଳିଛି ।