ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସ୍ଥାନୀୟ ଏମ୍ସ ହସ୍ପିଟାଲର ଛଅ ମହଲାରୁ ପଡି ରୋଗୀ ମୃତ । ମୃତକ ହେଲେ ସତ୍ୟଜିତ ମହାନ୍ତି । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଜରକା ଅଞ୍ଚଳରେ । ତେବେ ସତ୍ୟଜିତ ଛାତ ଉପରୁ କିପରି ଖସିଲେ ତାହା ଜଣା ପଡିନାହିଁ । ସେପଟେ ହସ୍ପିଟାଲ କତ୍ତୃପକ୍ଷ ଶବ ବ୍ୟବଛେଦ ନକରି ନେଇ ଯିବା ପାଇଁ କହୁଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଏପଟେ ବ୍ୟବଛେଦ କଲେ ମୃତ ଦେହକୁ ନେବେନାହିଁ ବୋଲି ଅଡି ବସିଛନ୍ତି ପରିବାର ।
ସୂଚନା ଅନୁଯାୟୀ ଗତ ୧୭ ତାରିଖ ଦିନ ସତ୍ୟଜିତ ମାତ୍ରାଧିକ ମଦ୍ୟପାନ କରି ଅସୁସ୍ଥ ହୋଇ ପଡିଥିଲେ । ଏଣୁ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ତାଙ୍କ ଅବସ୍ଥାରେ ଧିରେ ଧିରେ ଭଲ ହୋଇଯାଇଥିଲା । ଏଣୁ ସେ ୱାଡରୁ ବାହାରକୁ ବାହାରକୁ ବାହାରିବା ପାଇଁ ଜିଦ ଧରିଥିଲେ ।
ଏଣୁ ସେ ବାହାରକୁ ଆସିଥିବା ବେଳେ ବୋଧ ହୁଏ ସନ୍ତୁଳନ ହରାଇ ଖସିପଡିଥିବା ଅନୁମାନ କରାଯାଇଛି । ସେପଟେ ଝରକା ପଟ କାଚ ଭାଙ୍ଗି ତଳେ ପଡିଥିବାରୁ ସନ୍ଦେହ ଘେରରେ ରହିଛି ତାଙ୍କ ମୃତ୍ୟୁ ।