କେନ୍ଦ୍ରପଡା ( ଏଟିଆର ବ୍ୟୁରୋ): ବହୁ ପ୍ରତିକ୍ଷିତ ପାଟକୁରା ବିଡଧାନସଭା ଆସନ ପାଇଁ ଆଜି ପଡୁଛି ଭୋଟ । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଆଜି ପାଟକୁରା ବାସୀ । ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍। ଅନ୍ୟପଟେ ପାଟକୁରାକୁ ଅକ୍ତିଆର କରିବା ପାଇଁ ଆଜି ତିନି ପ୍ରମୁଖ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ ।ସମସ୍ତ ୩୦୯ଟି ବୁଥରେ ମକପୋଲ୍ ହେବା ପରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ୪ କମ୍ପାନୀ ସିଏପିଏଫ୍ ମୁତୟନ କରାଯାଇଛି।
୪୦ଟି ସ୍ଥାନରେ ସିସିଟିଭି ଲଗାଯାଇ ଥିବା ବେଳେ ୧୫ଟି ସ୍ଥାନରେ ଭିଡ଼ିଓଗ୍ରାଫି ଏବଂ ୩୧ଟି ଷ୍ଟେସନ୍ରେ ୱେବ୍ କାଷ୍ଟିଂ କରାଯାଉଛି । ସୂଚନାଯୋଗ୍ୟ ଏଥର ନିର୍ବାଚନରେ ଏଠାରେ ମତଦାତାଙ୍କ ବାମ ହାତର ମଧ୍ୟମା ଆଙ୍ଗୁଠିରେ କାଳି ଲଗା ଯାଉଛି । ଏଠାରେ ଏପ୍ରିଲ ୨୯ ସାଧାରଣ ନିର୍ବାଚନ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆ ଯାଇଛି ।
ଗତ ସାଧାରଣ ନିର୍ବାଚନ ସମୟରେ ପାଟକୁରା ବିଧାନସଭା ବିଜେଡି ପାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଥିଲା । ଯାହା ଫଳରେ ବିଧାନସଭା ନିର୍ବାଚନ ବାତିଲ ହୋଇଥିଲା । ବେଦ ପ୍ରକ୍ାଶଙ୍କ ସ୍ଥା ନରେ ତାଙ୍କ ପତୀ୍ନ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରାଯାଇଥିଲା । ମାତ୍ର ବାତ୍ୟା ଫୋନି ପାଇଁ ପୁଣି ନିର୍ବାଚନକୁ ଘୁଞ୍ଚା ଯାଇଥିଲା ।