ପାଟଣାଗଡ ( ଏଟିଆର ବ୍ୟୁରୋ): ଜେଇଙ୍କୁ ଉଠ ବସ କରୁଥିବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ପାଟଣାଗଡ ବିଧାୟକ ସରୋଜ ମେହେର ଅସୁସ୍ଥ ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ରୁଟିନ ଚେକ ଅପ ବେଳେ ତାଙ୍କ ଛାତିରେ ଜନ୍ତ୍ରଣା ଅନୁଭବ ହେବାରୁୂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ସେ ଏବେ ପାଟଣାଗଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ସୂଚନାଯୋଗ୍ୟ ନିମ୍ନ ମାନର ରାସ୍ତା କାମ ହୋଇଥିବା ଅଭିଯୋଗ ନେଇ ପାଟଣାଗଡ ବିଧାୟକ ସରୋଜ ମେହେର ଜେଇଙ୍କୁ ସର୍ବସମ୍ମୁଖରେ ବସ ଉଠ କରିବାକୁ ନିର୍ଦେଶ ଦେଇଥିଲେ । ଯାହକୁ ନେଇ ବିଜେଡିକୁ ଘେରିଥିଲେ ବିଜେପି ଓ କଂଗ୍ରେସ । ବିରୋଧୀ ବିଧାୟକଙ୍କ ଗିରଫ ଦାବି କରିଥିଲେ ।
ଏମିତିକି ଜିଲ୍ଲା ଆଦିବାସୀ ସଂଗଠନ ମଧ୍ୟ ଜେଇଙ୍କ ସପକ୍ଷରେ ବାହାରି ବିଧାନସଭା ଘେରାଉ କରିବା ନେଇ ଚେତାବନୀ ଦେଇଥିଲେ । ଗତ ୨୪ ତାରିଖରେ ପୁଲିସ ପ୍ରଥମେ ଏକ ଅଜଣା ସ୍ଥାନରେ ବିଧାୟକଙ୍କୁ ଅଟକ ରଖି ପଚରା ଉଚରା କରରିଥିଲା । ପରେ ବିଧାୟଙ୍କୁ ଗିରଫ କରିଥିଲା । ତାଙ୍କୁ ପାଟଣାଗଡ କୋର୍ଟରେ ହାଜିର କରାଯିବା ପରେ ଜେଲକୁ ପଠାଇ ଦିଆଯାଇଥିଲା ।