କଟକ(ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ପାଟଣାଗଡ ବୋମା ବିସ୍ଫୋରଣ କଥା କାହାକୁ ବା ନଜଣା । ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ନବଦମ୍ପତିଙ୍କୁ ପାର୍ସଲ ବୋମାରେ ଉଡାଇ ଦେଇଥିଲା ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଏହି ବିସ୍ଫୋରଣରେ ଜୀବନ ହାରି ଥିଲେ ବର ଓ ତାଙ୍କ ଜେଜେ ମା । ଏହା ସହ ଗୁରୁତର ଆହତ ହୋଇଥିଲେ ନବ ବିବାହିତା କନ୍ୟା । ଏହି ଘଟଣାକୁ ୨ ବର୍ଷରୁ ଅଧିକ ହୋଇ ସାରିଲାଣି । ତଥାପି ସେ ଦିନର କଥା ଭାବିଲା ବେଳକୁ ରୋମ ଟଙ୍କୁରୀ ଉଠୁଛି । ଏହି ଘଟଣା ଉପରେ ଏକ ଫିଲ୍ମ ନିର୍ମାଣ କରାଯାଇଛି । ହେଲେ ରିଲିଜ ହେବା ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜକ ଓ ଅନ୍ୟମାନଙ୍କୁ ବମ୍ବେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି ।
ସୂଚନା ଅନୁସାରେ ପାଟଣାଗଡ ବୋମା ବିସ୍ଫୋରଣ ଉପରେ ଆଧାରିତ ଫିଲ୍ମ ପାଟଣାଗଡର ରିଲିଜ ଡେଟ ଉପରେ ଅଙ୍କୁଶ ଲଗାଇଛନ୍ତି । ପୁଞ୍ଜିଲାଙ୍କ ପତ୍ନୀ ରୁଜୁ କରିଥିବା ମାମଲା ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି । ଫିଲ୍ମକୁ ନେଇ ପୁଞ୍ଜିଲାଲଙ୍କ ପତ୍ନୀ ବମ୍ବେ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ବମ୍ବେ ହାଇକୋର୍ଟର ସିବିଏଫ୍ସିର ଅର୍ଡ଼ର ଓ ଫିଲ୍ମକୁ ନେଇ ଚ୍ୟାଲେଞ୍ଜ କରିଥିଲେପୁଞ୍ଜିଲାଙ୍କ ପତ୍ନୀ । ହାଇକୋର୍ଟ କହିଛନ୍ତି ଯେ ଯେ ପର୍ୟ୍ୟନ୍ତ ସମ୍ପୃକ୍ତ ଅଭିଯୁକ୍ତର ଟ୍ରାଏଲ ନ ସରିଛି ସେ ପର୍ୟ୍ୟନ୍ତ ଫିଲ୍ମଟି ରିଲିଜ୍ ହୋଇପାରିବ ନାହିଁ।