ପୁରୀ(ଏଯିଆର ବ୍ୟୁରୋ):ଆଜି ହେଉଛି ପୈାଷ ପୂର୍ଣ୍ଣିମା । ଦ୍ୱାଦଶ ଯାତ୍ରା ମଧ୍ୟରୁ ପୈାଷପୂର୍ଣିର୍ମା ହେଉଛି ଅନ୍ୟତମ । ଏହି ଅବସରରେ ମହାପ୍ରଭୁଙ୍କୁ ପୁଷ୍ୟଭିଷେକ ନୀତି ସମ୍ପାଦନ କରାଯାଏ । ରତ୍ନ ସିଂହାସନରେ ବସି ମହାପ୍ରଭୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ମହାପ୍ରଭୁଙ୍କର ୩୯ ଟି ନୀତି ହୋଇଥିବାରୁ ସମସ୍ତ ସେବାୟତମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଦିଆଯାଇଛି ।
ମହାପ୍ରଭୁଙ୍କ ପାଇଁ ଅଧିବାସ ଗୃହରେ ଅଧିବାସ ହୋଇ ରଖାହୋଇଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗିବା ପରେ ଅଭିଷେକ କରାଯିବ । ଏହା ପରେ ପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ବସି ମା ଲକ୍ଷ୍ମୀଙ୍କ ମନ୍ଦିରକୁ ପ୍ରବେଶ କରିବେ ।
ସେଠାରେ ମାଜଣା ଓ ବନକ ଲାଗି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯିବା ପରେ ରତ୍ନସିଂହାସନରେ ମହାପ୍ରଭୁମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । ସେହିପରି ମହାପ୍ରଭୁ କିରିଟ, ଶ୍ରୀପୟର , ଶ୍ରୀଭୁଜ , ବାହାଡ ମାଳ, ଆଦି ବିବିଧ ନାନାପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।