ଭୁବେନଶ୍ୱର (ଏଟିଆର ବ୍ୟୁରୋ): ବିକ୍ଷୋବ କରି ଅକଳରେ ପଡିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋ କରୁଥିବା ବେଳେ ସାମାଜିକ ଦୂରତା ନ ମାନିବାରୁ ୫୦୦ ଟଙ୍କା ଫାଇନ ଦେଇଛନ୍ତି ପିସିସି ସଭାପତି । କଂଗ୍ରେସ ଭବନଠାରେ କଂଗ୍ରେସର ୨ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ହୋଇଥିଲା । ଯାହା ଫଳରେ ମୁହାଁମୁହିଁ ହୋଇଥିଲେ ଯୁବକମାନେ ।
ଯାହାର ଫଳ ସ୍ୱରୂପ ସାମାଜିକ ଦୂରତା ନିୟମ ଉଲ୍ଲଘଂନ ହୋଇଥିଲା । ଯାହାକୁ ନେଇ ଏବେ କୋଭିଡ ନିୟମ ଉଲ୍ଲଘଂନ ପାଇଁ ୫୦୦ ଟଙ୍କା ଜରିମାନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅନ୍ୟପଟେ ସମାଜିକ ଦୂରତା ନିୟମ ଉଲ୍ଲଘଂନ ପାଇଁ ୧୦୦ ଟଙ୍କା ଜରିମାନା ଦେଇଥିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।