ସରକାରୀ କଳ ଓ ବଳକୁ ନବୀନ ପଟ୍ଟନାୟକ କଭଳିି ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରୁଛନ୍ତି ଏହାର ତଥ୍ୟ ଏବଂ ପ୍ରମାଣ ସହ ଖୁଲାସା କରିଛି ପ୍ରଦେଶ କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସରକାରୀ କାର୍ଯ୍ୟକ୍ରମ ଆଳରେ ବିଜୁ ଜନତା ଦଳର ରାଜନୀତି କାର୍ଯ୍ୟ ପାଇଁ କିଭଳି କାର୍ଯ୍ୟ କରୁଛନ୍ତି ତାର ପ୍ରମାଣ ଉପସ୍ଥାପନା କରିଛନ୍ତିି । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରଶାସନିକ ଆଚାର ସଂହିତା ଉଲଙ୍ଘନ କରିଥିବା ଏବଂ ସରକାରୀ କାର୍ଯ୍ୟକ୍ରମରେ ଏକ ନିଦ୍ଧିଷ୍ଟ ରାଜନୈତିକ ଦଳ ବିଜେଡି ପ୍ରତି ପକ୍ଷପାତିତା ଓ ଅନୁଗ୍ରହ ପ୍ରଦର୍ଶନ କରିଛନ୍ତି ବୋଲି ପିସିସି ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି । ଗତ ଡିସେମ୍ବର ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଅତିରିକ୍ତ ସଚିବ ପ୍ରଦୀପ ମହାପାତ୍ର ଚିଠି ନଂ ୩୪୩୪/ ସିଏମ୍ ଜରିଆରେ କେନ୍ଦ୍ରାପଡା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ଏ ଚିଠିର ନକଲ କେନ୍ଦ୍ରାପଡା ଜିଲ୍ଲାର ଏସପିଙ୍କୁ ମଧ୍ୟ ଦିଆଯାଇଛି । ଏହି ଚିଠିରେ ଗତ ୮ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଳାର ମହାକାଳ ପଡା ବ୍ଳକସରୁମୋଡିଠାରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମୁଖ୍ୟମନ୍ତ୍ରୀଙ୍କର ଯୋଗଦାନ ଓ ଗସ୍ତ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ଚିଠିରେ ପ୍ରଦୀପ୍ତ ମହାପାତ୍ର ବିଜେଡି ଓ ଏହାର ଦଳପତିଭ୍କୁ ଖୁସି କରିବା ପାଇଁ ଯେଉଁ ଚାଲାଖଟିଏ କରୁଛନ୍ତି ତାକୁ ପ୍ରଦେଶ କଂଗ୍ରେସ ଧରିଛି । ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପ୍ରଦୀପ୍ତ ମହାପାତ୍ର କେନ୍ଦ୍ରାପଡା ଜିଲ୍ଲା ପାଳଙ୍କୁ ଚିଠି ଲେଖି ଜିଲ୍ଳାର ସମସ୍ତ ବିଜୁ ଜନତା ଦଳ ପଦାଧିକାରୀ ନେତାଙ୍କୁ ନିମନ୍ତ୍ରଣ କରିବାକୁ ଲିଖିତ ନିର୍ଦ୍ଦେଶ ଦେଉଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କର ସରକାରୀ କାର୍ଯ୍ୟକ୍ରମକୁ ବିଜୁଜନତା ଦଳର ନେତାଙ୍କୁ ଅତିରିକ୍ତ ସଚିବ ସ୍ତରର ଜଣେ ଅଧିକାରୀ ନିଦ୍ଧିଷ୍ଟଭାବେ ନିମନ୍ତ୍ରଣ କରିବା ଉପରେ ପ୍ରଦେଶ କଂଗ୍ରେସ ଆପତ୍ତି ଉଠାଇଛି । ଏ ଘଟଣା ସ୍ପଷ୍ଠ କରୁଛି ଯେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦପ୍ତରର ଅଧିକାରୀମାନେ ଶାସନ କଳକୁ ବିଜୁ ଜନତା ଦଳର ଫାଇଦା ପାଇଁ ବ୍ୟବହାର କରୁଛି । ପ୍ରଦୀଦ୍ତ ମହାପାତ୍ରଙ୍କର ଏଭଳି କାର୍ଯ୍ୟ ଅଲଇଣ୍ଡିଆ ସର୍ଭିସ କଣ୍ଟକରୁଲ ୧୯୬୮ର ଖୁଲା ଉଲ୍ଲଙ୍ଘନ କରୁଛି ବୋଲି ସତ୍ୟପ୍ରକାଶ ନାୟକ ଅଭିଯୋଗ ଆଣିଛନ୍ତି । ଏଥିରେ ସ୍ପଷ୍ଠଭାବରେ କୁହାଯାଇଛି ଯେ ପ୍ରତ୍ୟକ ଅଧିକାରୀ କାର୍ଯ୍ୟ ନିର୍ବାହ କରିବାବେଳେ ପଲିଟିକାଲ ନିୟୂଟ୍ରାଲିଟ ବା ରାଜନୈତିକ ନିରପେକ୍ଷତା ଅବଲମ୍ବନ କରିବେ ।
୭ ତାରିଖର ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏହି ଚିଠି ସ୍ପଷ୍ଟ ପ୍ରମାଣିତ କରୁଛି ଯେ ପ୍ରଦୀପ୍ତ ମହାପାତ୍ର କାର୍ଯ୍ୟରେ ଅବହେଳା କରିବା ସହ ସର୍ଭିସ କଣ୍ଡକ୍ଟ ରୁଲର ଘୋର ଅବମାନନା କରିଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର କାମିର୍କ ଏବଂ ପ୍ରଶିକ୍ଷକ ବିଭାଗ ନିକଟରେ ଦଳ ଅଭିଯୋଗ କରିବ । ତାଛଡା ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି ସେ ନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ କରାଯିବ ବୋଲି ଶ୍ରୀନାୟକ କହିଛନ୍ତି । ଏଥି ସହ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସହ ଅତିରିକ୍ତ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ତୁରନ୍ତ ନିଲମ୍ବନ କରନ୍ତୁ ବୋଲି ମଧ୍ୟ ପ୍ରଦେଶ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।