ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦେଶରେ ଏବେ ଲକ ଡାଉନ ଜାରି ରହିଥିବାରୁ ଲୋକମାନଙ୍କ ପାଖରେ କାମ ନାହିଁ କି ଅର୍ଥ ନାହିଁ । ତେବେ ଏହି କରୋନା ପାଇଁ ରାସନକାର୍ଡ ଧାରୀଙ୍କ ପାଇଁ ସରକାର ପୁଣି ଏକ ବଡ ଘୋଷଣା କରିଛନ୍ତି ।
ଏପ୍ରିଲ, ମେ ଓ ଜୁନ ମାସ ପାଇଁ ସରକାର ପିଡିଏସ ସାମଗ୍ରୀ ସହିତ ଅତିରିକ୍ତ ମୁଣ୍ଡପିଛା ୫ କେଜି ଚାଉଳ ଓ ପରିବାର ପିଛା ଏକ କେଜି ଲେଖାଏଁ ଡାଲି ମାଗଣାରେ ମିଳିବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଥିଲେ ଖାଦ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଚାଉଳ ଓ ଡାଲି ମାଗଣାରେ ଯୋଗାଇ ଦିଆଯିବ । ଏଥିରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ଲକ୍ଷ ୧୬ ହଜାର ୭ ପରିବାରର ୩ ଲକ୍ଷ ୭୮ ହଜାର ୮୨୯ ବିତାଧିକାରୀ ସୁବିଧା ପାଇବେ।