ଭୁବନେଶ୍ୱର (ଏଟିଆର ବ୍ୟୁର): ପ୍ରେମ ଏକ ପବିତ୍ର ଶବ୍ଦ । ଯେଉଁଥିରେ ଭରି ରହିଥାଏ ଆନ୍ତରିକ ବୁଝାମଣା । ପ୍ରେମ କେତେବେଳେ କାହା ସହିତ ହୁଏ ମଣିଷ ନିଜେ ବି ଜାଣି ପାରି ନଥାଏ । କେତେ ବେଳେ ସେ ମଣିଷ ହୋଇଥାଏ ତ ପୁଣି କେତେବେଳେ ପଶୁପକ୍ଷୀ । ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ ମଣିଷ ଟିକେ ସ୍ୱାର୍ଥପର ହୋଇ ପଡିଛି । କିନ୍ତୁ ଏହି ସ୍ୱାର୍ଥପର ଦୁନିଆ ଭିତରେ ଆଜି କିଛି ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ନିସ୍ୱାର୍ଥ ପର ଭାବରେ ପଶୁପକ୍ଷୀଙ୍କ ସେବା କରୁଛନ୍ତି । ପଶୁପକ୍ଷୀ ମାନଙ୍କ ଦୁଖ ନଦେଖିପାରି ସେମାନଙ୍କ ପାଇଁ ଆଜିବି ଲଢେଇ କରୁଛନ୍ତି । ପ୍ରତିଦିନ ସକାଳ ହେଲେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର କାମ କରୀଥାନ୍ତି କିଏ ନିଜର ଦେହକୁ ଠିକ ରଖିବା ପାଇଁ ବ୍ୟାୟାମ କରିଥାଏ ତ ଆଉ କିଏ ନିଜ ପେଟପାଟଣା ପାଇଁ କର୍ମରେ ଲାଗି ପଡନ୍ତି । କେହି ଭାବନ୍ତି ନାହିଁ ଆମ ପରିବେଶରେ ଆମ ମାନଙ୍କ ସହ ରହୁଥିବା ପଶୁପକ୍ଷୀଙ୍କ କଥା । କିନ୍ତୁ ରାଜଧାନୀ ଚନ୍ଦକା ଉପକଣ୍ଠ ଘଙ୍ଗାପାଟଣା ଗ୍ରାମର ପ୍ରଫୁଲ ଦାସ ଅନ୍ୟତମ । ପଶୁପକ୍ଷୀ ପ୍ରେମ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଦୀର୍ଘ ୭ବର୍ଷ ହେଲାଣି ସେ ନିଜେ ଖାଇବା ପୂର୍ବରୁ ଜଙ୍ଗଲରୁ ଆସୁଥିବା ମୟୂର ମାନଙ୍କୁ ଖାଇବାକୁ ଦେଇଥାନ୍ତି ।
ଦିନେ କି ଦୁଇ ଦିନ ନୁହଁ ବିଗତ ୭ବର୍ଷ ହୋଲାଣି ପ୍ରତିଦିନ ସକାଳେ ମୟୂର ମାନଙ୍କୁ ଧାନ,ଚାଉଳ,ସୋରିସ ହେଉ ଅବା ମକା ସମୟରେ ମକା କାଇବାକୁ ଦେଇସାରିଲା ପରେ ଆରମ୍ଭ ହୁଏ ତାଙ୍କର ଦିନ । ଗୋଟିଏ ଛୋଟିଆ ଦୋକାନରୁ ଗୁଜୁରାଣ ମେଣ୍ଟାଉଥିବା ପ୍ରଫୁଲ୍ଲ ସମୟ ପାଇଲେ ଲୋକଙ୍କ ଚାରି ଚକିଆ ଚଲାନ୍ତି । ଦୋକାନରୁ ଯେତିକି ଲାଭ ହୁଏ ସେଥ ିମଧ୍ୟରୁ ସେ କିଛି ମୟୂର ମାନଙ୍କ ଖାଦ୍ୟରେ ଖର୍ଚ୍ଚ କରିଥାନ୍ତି ।