ପୁରୀ (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଦ୍ରୁତ ବେଗରେ ବଢି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ସେହି ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ କିଛି କଟକଣା ଜାରି କରିଛି । ଏଣିକି ପୁରୀ ସ୍ୱର୍ଗଦାରକୁ ବାହାର ଜିଲ୍ଲାର ଲୋକଙ୍କୁ ମନା । ଆସନ୍ତା ୧୦ ତାରିଖରୁ ଏହି କଟକଣା ଲାଗୁ ହେବ । କେବଳ ଜିଲ୍ଲା ଭିତର ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ । ସେଥିପାଇଁ ମୃତକ ଜଣକ କୋଭିଡ ସଂକ୍ରମିତ ଥିଲେ କି ନାହିଁ ତାର ରିପୋର୍ଟ ବାଧ୍ୟତାମୂଳକ ।
ପ୍ରତ୍ୟେକ ଦିନ ପୁରୀ ସ୍ୱର୍ଗଦ୍ୱାରକୁ ଚାରିଆଡୁ ଶହ ଶହ ଶବଦାହ ପାଇଁ ଆସିଥାଏ । କିନ୍ତୁ ଏବେ କୋଭିଡ ସଂକ୍ରମଣ ବୃଦ୍ଧି ହେବାର ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଜିଲ୍ଲାର ଲୋକଙ୍କୁ ବାରଣ କରାଯାଇଛି ।