ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାର ପ୍ରକୋପ ରାଜ୍ୟରେ ବଢିଚାଲିଛି । ସେଥିମଧ୍ୟରୁ ଭୁବନେଶ୍ୱରରେ ଅଧିକ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଭୁବନେଶ୍ୱରର ପ୍ରାୟତଃ ଅନେକ ଅଞ୍ଚଳକୁ ସିଲ୍ ମଧ୍ୟ କରିଦିଆଯାଇଛି । ଅନ୍ୟପଟେ ଭୁବନେଶ୍ୱର ବାସିନ୍ଦା ଯେପରି ଜରୁରୀ ସାମଗ୍ରୀ କିଣିବାରେ ହଇରାଣ ନହୁଅନ୍ତି, ସେନେଇ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି ।
ଏହି ପରିପ୍ରେକ୍ଷରରେ ଏବେ ରାଜଧାନୀର ବସ୍ ଷ୍ଟପ୍ ଗୁଡିକରେ ପନିପରିବା ଏବଂ ତେଜରାତି ମିଳିବ ବୋଲି ନିଷ୍ପତି ନିଆଯାଇଛି । ଏଭଳି ନିଷ୍ପତି ନେବାର ପ୍ରମୁଖ କାରଣ ହେଉଛି ହାଟମାନଙ୍କରେ ଲୋକେ ଅଧିକ ଗହଳି କରୁଛନ୍ତି ଏବଂ ସାମାଜିକ ଦୂରତା ରଖୁ ନାହାନ୍ତି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି ।
BMC has made provision of 100 temporary vending centres at different @CRUT_BBSR Bus Stops.
Citizens are requested to make use of it by maintaining proper #SocialDistancing pic.twitter.com/v8pWu1ptmA— BMC (@bmcbbsr) April 8, 2020
ସେହିପରି ଭୁବନେଶ୍ୱରର ୧୦୦ ଟି ବସ୍ ଷ୍ଟପ୍ରେ ଅସ୍ଥାୟୀ ଭେଣ୍ଡିଂ ଜୋନ୍ ଖୋଲାଯିବ । ଅନ୍ୟପଟେ ଆଉ ୪୪ ଟି ଅସ୍ଥାୟୀ ମାର୍କେଟ ଖୋଲାଯିବ । ଏହାସହିତ ଲୋକମୋନେ ଜିନିଷ କିଣିବା ବେଳେ ଯେପରି ସାମାଜିକ ଦୂରତା ଅବଲମ୍ବନ କରିବେ ସେନେଇ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି ।
BMC has made provision of new
44 temporary markets which will operate from morning 6am-11am. While shopping please maintain #SocialDistancing pic.twitter.com/jPT4ex4qON— BMC (@bmcbbsr) April 8, 2020