ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚଳିତ ବର୍ଷ ହୋଇ ନପାରେ ଶ୍ରୀଲିଙ୍ଗରାଜ ମାହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା । ଶୀତଳଷଷ୍ଠୀ ଯାତ୍ରା ପାଇଁ ଅନୁମତି ମିଳି ନାହିଁ । କରୋନା ପାଇଁ ସାରା ଦେଶରେ ୪ର୍ଥ ପର୍ଯ୍ୟାୟରେ ଲକ୍ ଡାଉନ୍ ଚାଲିଛି । ତେଣୁ ବିଏମସି କମିଶନର ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଅନୁମତି ଦେଇ ନଥିବାର ଜଣାପଡିଛି । ତେବେ ଏହାକୁ ନେଇ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ୪ଟି ନିଯୋଗ ସହ ବିଏମସି ଅତିରିକ୍ତ କମିଶନଙ୍କ ଆଲେଚନା ହୋଇଥିଲା । ହେଲେ ଏଥିପାଥଇଁ କୌଣସି ପ୍ରକାରର ନିଷ୍ପତି ବାହାରି ନଥିଲା । ତେବେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଅନୁମତି ନ ମିଳିଥିବାରୁ ସେବାୟତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସେବାୟତ ମାନେ ପରମ୍ପରା ରକ୍ଷା କରାଯାଉ ବୋଲି ଦାବି କରିଛନ୍ତି । ଏହା ସହ ସେବାୟତ ମାନେ ବିଏମସି କମିଶନର ଓ ଡିସିପିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ସୂଚନା ଯୋଗ୍ୟ କରୋନା ମହାମାରୀ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଗହଳି ପୂର୍ଣ୍ଣ ଜାଗା ଗୁଡିକୁ ବନ୍ଦ କରିଦିଆଯାଇଛି । ଏହା ଭିତରେ ମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ କରିଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୩ ଜଣ ସୁସ୍ଥ ହୋଇ ସାରିଲେଣି ଏବଂ ୭ ଜଣଙ୍କ ମୃତ୍ୟୁ ହୋଇଛି ।