ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରିବାରେ ଲାଗିଛି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଳା କରିବା ପାଇଁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ କରି ଦିଆଯାଇଛି । ତେବେ ଦ୍ୱିତୀୟ ପର୍ଯ୍ୟାୟର ଲକ୍ ଡାଉନ୍ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା ଅନୁଯାଇ ରାଜ୍ୟରେ ଥିବା ୯ଟି ହଟ୍ ସ୍ପଟ୍ ଜିଲ୍ଲରର ସହରାଞ୍ଚଳରେ କୌଣସି ଘରୋଇ ଗାଡି ଚଳା ଚଳ କରିପାରିବ ନାହିଁ ବୋଲି ନିଷ୍ପତି ନିଆଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ସୁନ୍ଦରଗଡ, ଭଦ୍ରକ, କଟକ, କେନ୍ଦ୍ରାପଡା, ପୁରୀ, କଲାହାଣ୍ଡି, ଯାଜପୁର ଓ ଢେଙ୍କାନାଳ ।
ଏହି ଜିଲ୍ଲା ଗୁଡିକରେ କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ଯୋଗଇ ଦେଉଥିବା ଘରୋଇ ଗାଡି ଗଡିବ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଏହି ଜିଲ୍ଲାରେ ଜଳ ସମ୍ପଦ, ରାସ୍ତା କାମ, ଏମଏସଏମଇ, ଶିଳ୍ପ ପ୍ରକଳ୍ପରେ ହେଉଥିବା କାମ ମାନଙ୍କରେ ଏହି କଟକଣା ଲାଗୁ ହେବ ନାହିଁ । ସେହିଭଳି ପୂର୍ତ୍ତ ବିଭାଗର ବିଭିନ୍ନ କାମ ଓ ପଞ୍ଚାୟତିରା ବିଭାଗ ପକ୍ଷରୁ ଚାଲି ରହିଥିବା କାମ, ବିଦ୍ୟୁତ ବିଭାଗ ପକ୍ଷରୁ ହେଉଥିବା କାମ ମାନଙ୍କରେ ଏହି କଟକଣା ଲାଗୁ ହେବ ନାହିଁ । ତେବେ ଏହି ସବୁ କାମ କରିବା ବେଳେ ସାମାଜିକ ଦୂରତାକୁ ବଜାଇ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।