ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସମଗ୍ର ଦେଶରେ ୧୨ ଦିନ ଧରି ଲଗାତାର ଭାବେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୯ ପଇସା ରହିଥିବା ବେଳେ ଡିଜେଲ ଦର ରହିଛି ୩୭ ପଇସା ବୃଦ୍ଧି ଘଟିଛି ।ଓଡିଶାରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧.୩୦ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୮୮ ଟଙ୍କା ୨୪ ପଇସା ରହିଛି ।
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୮ ପଇସା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୯୭ ପଇସାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ରହିଥିବା ବେଳେ ଡିଜେଲ ଦର ୮୮.୦୬ ଟଙ୍କା ରହିଛି ।
ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୨.୮୯ ଟଙ୍କା ଓ ଡିଜେଲ ଦର ୮୫.୯୮ ଟଙ୍କା ରହିଛି । କୋଲକତାରେ ପେଟ୍ରୋଲ ୯୨.୭୮ ଟଙ୍କା ଓ ଡିଜେଲ ୮୪.୫୬ ଟଙ୍କା ରହିଛି । ବେଙ୍ଗାଲୁରୁ ରେ ପେଟ୍ରୋଲ ଦର ୯୩.୬୧ ଟଙ୍କା ଓ ଡିଜେଲ ଦର ୮୫.୮୪ ଟଙ୍କା ରହିଛି ।
ତେବେ ଜାନୁଆରୀ ଓ ଫେବ୍ରୁଆରୀ ଏହି ଦୁଇ ମାସ ମଧ୍ୟରେ ତୈଳ ଦର ୬ ଟଙ୍କା ୭୭ ପଇସାକୁ ବୃଦ୍ଧି ପାଇଛି । ତୈଳ ଦର ବୃଦ୍ଧି ନେଇ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।