।
ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗ୍ରାହକଙ୍କୁ ମିଳିଛି ଏକ ଖୁସି ଖବର । ଏତେ ଦିନରୁ ବୃଦ୍ଧି ପାଉ ଥିବା ପେଟ୍ରୋଲ ଦର ଏବେ ଦିନକୁ ଦିନ କମିବାରେ ଲାଗିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୭୦ଟଙ୍କା ତଳକୁ ଖସିଥିବାର ଦେଖିବାକୁ ମିଳିଛି । ଆଜି ଦେଶ ବ୍ୟାପି ପେଟ୍ରୋଲ ଦର ଲିଟର ପିଛା ୪୦ ପଇସା ଓ ଡିଜେଲ ୪୧ ପଇସା କମିିଛି । ଏହି ହ୍ରାସ ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଟ. ୬୯.୮୭ ପଇସାକୁ ଖସି ଆସିଛି । କିନ୍ତୁ ଡିଜେଲ ଦର ଏବେବି ପେଟ୍ରୋଲ ଦରଠାରୁ ଅଧିକ ତଥା ଟ. ୭୦.୯୨ ପଇସାରେ ରହିଛି । ହେଲେ ଭାଟ୍ ପାଇଁ ରାଜ୍ୟର ଅନ୍ୟ ସହରଗୁଡିକରେ ପେଟ୍ରୋଲ ଦର ଉପର ତଳ ହେଉଛି
।
ଅନ୍ୟପଟେ ଇଣ୍ଡିଆନ ଅଏଲ ପକ୍ଷରୁ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୦.୯୨ ପଇସା ଓ ଡିଜେଲ ଦର ଟ. ୬୫.୫୫ ପଇସାରେ ପହଁଞ୍ଚିଛି ବୋଲି କୁହାଯାଇଛି । କିନ୍ତୁ ଅନ୍ତର୍ଜାତୀୟ ବଜାରରେ ବହୁତ ଶୀଘ୍ର ତେଲ ଦର ହ୍ରାସ ପାଉଥିବା ବେଳେ ଦେଶରେ ସେହି ମାତ୍ରାରେ ଦେଲ ଦର ହ୍ରାସ ପାଉଥିବା କୌଣସି ଲକ୍ଷଣ ଦେଖାଯାଉନାହିଁ । ଏବେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କରୁଡ ମୁଲ୍ୟ ୫୯.୭୭ ଡଲାର ଓ ଇଣ୍ଡିଆନ ବାସ୍କେଟର ମୁଲ୍ୟ ୬୧.୪୭ ଡଲାରକୁ ହ୍ରାସ ପାଇଛି ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।