ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସରକାରୀ ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା କୁ ବୃଦ୍ଧି ହୋଇଥିବା ବେଳେ ଏହାର ନୂତନ ମୂଲ୍ୟ ଲିଟର ପିଛା ୮୫.୨୦ ଟଙ୍କାକୁ ବୃଦ୍ଧି ପାଇଛି ।ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୮୫.୬୯ ଏବଂ ଡିଜେଲ ଦର ୮୧.୯୬ ଟଙ୍କା ରହିଛି ।
ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୧.୮୦ ଏବଂ ଡିଜେଲ ପିଛା ୮୨.୧୩ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ୮୭.୮୫ ଏବଂ ଡିଜେଲ ଦର ୮୦.୬୭ ଟଙ୍କା ରହିଛି । କୋଲକତାରେ ପେଟ୍ରୋଲ ୮୬.୬୩ ଏବଂ ଡିଜେଲ ଦର ୭୮.୯୭ ଟଙ୍କା ପ୍ରତି ଲିଟର ପିଛା ରହିଛି ।
ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସକାଳ ଛଅଟାରେ ବଦଳିଥାଏ । ସକାଳ ୬ ଟାରୁ ନୂତନ ହାର ଲାଗୁ ହୋଇଛି । ପେଟ୍ରୋଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଅଶୋଧିତ ତୈଳର ପ୍ରାୟ ୮୦ ପ୍ରତିଶତ ବାହାର ଦେଶରୁ ଆମଦାନୀ କରୁଛି ଭାରତ ।