ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରିଥିଲେ ପୂର୍ଣ୍ଣାଙ୍ଗ ବଜେଟ । ପେଟ୍ରୋଲ ଡିଜେଲର ଉତ୍ପାଦନ ଶୁଳ୍କ ଏବଂ ସଡକ ଓ ଭିତ୍ତିଭୂମି ଉପରେ ସେସ୍ ବାବଦରେ ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କରାଯାଇଛି । ତେବେ ପ୍ରାକୃତିକ ତୈଳ ପେଟ୍ରୋଲ ଏବଂ ଡିଜେଲର ଦର ଉପରେ ମହଙ୍ଗା ମାଡ କରିଥିଲେ । ତେବେ ଲିଟର ପିଛା ଅଢ଼େଇ ଟଙ୍କାର ପାଖାପାଖି ବଢ଼ିଛି । ରାଜ୍ୟର ପ୍ରମୁଖ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱର,କଟକ ଏବଂ ସମ୍ବଲପୁର ଭଳି ସହରରେ ବଢ଼ିଛି ପେଟ୍ରୋଲ ଏବଂ ଡିଜେଲର ଦର ।
ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୪୩ ପଇସା ବଢ଼ିଥିବା ବେଳେ ଡିଜେଲ ଲିଟର ପିଛା ୨ ଟଙ୍କା ୫୫ ପଇସା ବଢ଼ିଥିବା ଦେଖିବାକୁ ମିଳିଛି । ସମ୍ବଲପୁର ଏବଂ କଟକରେ ମଧ୍ୟ ପାଖାପାଖି ସେତିକି ବଢ଼ିଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଅଧିକ ଟଙ୍କାରେ ଲେ ପକାଇଛନ୍ତି ଲୋକ । ତେବେ କେତେକ ସଚେତନ ଗ୍ରାହାକ ଆଗୁଆ ଟାଙ୍କି ଫୁଲ କରି ଦେଇଥିଲେ । ଯେଉଁ କାରଣରୁ ପେଟ୍ରୋଲ ପମ୍ପ ବନ୍ଦ ହେବା ପର୍ଯ୍ୟନ୍ତ ଲାଗିଥିଲା ଲୋକଙ୍କ ଭିଡ ।
ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବା ପରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଗତକାଲି ସମସ୍ତ ବର୍ଗର ଲୋକଙ୍କ ପାଇଁ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ । ତେବେ ମଧ୍ୟବିତଙ୍କୁ ମହଙ୍ଗା ମାଡ ହୋଇଛି । କାରଣ ପେଟ୍ରୋଲ ଡିଜେଲ ଏବଂ ସୁନା ଗହଣା ଉପରେ ରେଟ ବଢ଼ିଛି ।