ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ୧୦୦ ଟଙ୍କା ଛୁଇଁଲାଣି ।ଏଭଳି ସମୟରେ ଭୁବନେଶ୍ୱର ବରମୁଣ୍ଡା ପେଟ୍ରୋଲ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା ସାମନାକୁ ଆସିଛି । ଏଚପି ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶାଯାଉଥିବାର ଜଣାପଡିଛି ।
ଏହାପରେ ପୋଲିସ ପେଟ୍ରୋଲ ପମ୍ପକୁ ସିଲ୍ କରିଛି । ଏଥିସହ ଲୋକ ପାଣି ମିଶା ପେଟ୍ରୋଲ ବୋତଲ ଧରି ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିବା ସହ ଅପମିଶ୍ରିତକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।
ଏଥିସହ ଉକ୍ତ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କୁ ଥାନରେ ଅଟକ ରଖାଯାଇ ତେଲର ନମୁନା ଯାଞ୍ଚ କରିବା ପାଇଁ ପଠାଯାଇଛି ବୋଲି ପୋଲିସ ସୂଚନା ଦେଇଛି । ଏଥିସହ ତେଲ ଟ୍ରାନ୍ସପୋର୍ଟ ସମୟରେ ଅପମିଶ୍ରିତ ହୋଇଛି ନା ରିଟେଲରଙ୍କୁ ଦେବା ପୂର୍ବରୁ ଅପମିଶ୍ରିତ ହୋଇଛି ସେନେଇ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି ।