ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠୁ ୪୫ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକା ଦିଆଯିବ । ରାଜ୍ରରେ କୋଭିଡ ଯୋଦ୍ଧା,ସ୍ୱାସ୍ଥ୍ୟସେବା,ହିତାଧିକାରୀ ଓ ବରିଷ୍ଠ ନାଗରିକଙ୍କୁ ମିଶାଇ ମୋଟ ୮୪୦୫୫ ଜଣଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଛି । ୧୯୭୭ ଜାନୁୟାରୀ ପହିଲା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ଏହି ଟିକା ନେଇପାରିବେ ।
ଏହି ଟିକାକରଣରେ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଷ୍ଟ୍ରିଟ ଭେଣ୍ଡର,ସେଲୁନ,ଗୁପଚୁପ ଦୋକାନୀ ଓ ଶିକ୍ଷକମାନଙ୍କୁ ଏହି ଟିକା ପ୍ରଦାନ କରାଯିବ । ପାଖାପାଖି ୨୦ ହଜାରରୁ ଅଧିକ ଲୋକଙ୍କୁ ଏହି ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛି ବିଏମସି ।
ରାଜ୍ୟରେ ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଏହି ଟିକାକରଣକୁ ପ୍ରାଥମିକତା ଦିଆଯାଇଛି ନୂଆପଡା,ବଲାଙ୍ଗିର,ସୁନ୍ଦରଗଡ,କଳାହାଣ୍ଡି,କେନ୍ଦୁଝର,ନବରଙ୍ଗପୁର,ମୟୂରଭଞ୍ଜ,ଜିଲ୍ଲାରେ ଅଧିକ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ଜିଲ୍ଲାକୁ ବିଶେଷ କରି ପ୍ରାଧାନ୍ୟ ଦିଆଯାଇଛି । ସେହିପରି କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ବଢୁଥିଲେ ମଧ୍ୟ ଏହି ଜିଲ୍ଲାରେ ଟିକାକରଣ ଅଧିଖ ରହିଛି ।
ସେହିପରି ୬ଟି ଭେଣ୍ଡରରେ କାର୍ଯ୍ୟରତ ଲୋକଙ୍କୁ ଏହି ଟିକା ଦିଆଯିବ । ମାଛ ମାଂସ ବିକ୍ରେତା,ସୁରକ୍ଷାକର୍ମୀ,ମସଜିତ ପୁରୋହିତ,ଜଳ ଯୋଗାଣ,ସଡକ ଟ୍ରାନ୍ସପୋର୍ଟ,ରେଷ୍ଟୁରାଣ୍ଟକର୍ମଚାରୀ,କଲେଜ ଶିକ୍ଷକ,ଚର୍ଚ୍ଚ,ଓ ମନ୍ଦିରର ପୁଜାରୀ ମାନଙ୍କୁ ଏଥିରେ ସାମିଲ କରାଯାଇଛି ।
ସରକାରୀ ହସ୍ପିଟାଲରେ ଦିନକୁ ୨୦୦ ଲୋକଙ୍କୁ ଭ୍ୟାକସିନ ଦେବାପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିôରେ ପ୍ରତି ହସ୍ପିଟାଲରେ ୨ଟା ଭ୍ୟାକ୍ସିନେଟର ଟିମ ନିୟୋଜିତ ରହିବେ । ସେହିପରି ପ୍ରାଇଭେଟ ହସ୍ପିଟାଲରେ ମୋବିଲାଇଜେସନ୍ ୩୦ ପ୍ରତିଶତରୁ ୫୦୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଆଜିଠୁ ଭୁବନେଶ୍ୱରରେ ୨୪ ଟି ସରକାରୀ ଓ ୩୧ ଟି ପ୍ରାଇଭେଟ ହସ୍ପିଟାଲରେ ଟିକାକରଣ କରାଯିବ ।