ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟର ସମସ୍ତ ପୌରାଅଞ୍ଚଳର ଘରକୂୁ ୨୦୨୦ ସୁଦ୍ଧା ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ମହାନଗର ନିଗମ ଓ ପୌରାଞ୍ଚଳର ପ୍ରତ୍ୟେକ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ପୌରାଞ୍ଚଳରେ ଏଲଇଡି ଲାଇଟ ବ୍ୟବସ୍ଥା କରିବାକୁ ମଧ୍ୟ ସେ କହିଛନ୍ତି।
ସହରାଞ୍ଚଳ ପାନୀୟ ଜଳ ଯୋଗାଣ ନେଇ ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ସୂଚନାେଯୋଗ୍ୟ ୨୦୨୪ ସୁଦ୍ଧା ସାରା ଦେଶରେ ପାଇପରେ ପାନୀୟ ଜଳ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ।
ଏହାକୁ ନେଇ ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱର ସହ ନେଇ ରାଜ୍ୟସରକାର କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି ମନ୍ତ୍ରୀ। ରାଜ୍ୟର ୧୧୪ଟି ପୈାରସଂସ୍ଥାର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ୨୦୨୦ ମାର୍ଚ୍ଚ ୩୧ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।