ପିପିଲି(ଏଟିଆର ବ୍ୟୁରୋ): କଂଗ୍ରେସ ପ୍ରାର୍ଥର୍ୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ୧୩ ରେ ଉପନିର୍ବାଚନ ପାଇଁ ଗ୍ରହଣ ହେବ । ଓ ୧୬ ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ।
ଏପ୍ରିଲ ୧୯ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମନୋନୟନ ପତ୍ର ଦାଖଲ ଆରମ୍ଭ ହେବ। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଏପ୍ରିଲ ୨୬ ରଖାଯାଇଛି। ଏପ୍ରିଲ ୨୭ର ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୯ ନିର୍ଦ୍ଧାରିତ କରାଯାଇଛି। ମେ ୧୩ରେ ମତଦାନ ଏବଂ ମେ ୧୬ରେ ଭୋଟ୍ ଗଣତି ହେବ ବୋଲି ସିଇଓଙ୍କ କାର୍ୟ୍ୟାଳୟ ପକ୍ଷରୁ ପ୍ରକାଶ।
ଏଥିରେ କେବଳ କଂଗ୍ରେସକୁ ନୂତନ ପ୍ରାର୍ଥୀ ଦେବାକୁ ସୁଯୋଗ ମିଳିବ । ବିଜେଡି ପକ୍ଷରୁ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ନିର୍ବାଚନ ଲଢୁଥିବା ବେଳେ ବିଜେପି ପକ୍ଷରୁ ମଇଦାନରେ ଅଛନ୍ତି ଆଶ୍ରିତ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି । ଦେଖିବାକୁ ବାକି ଅଛି କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛି ।