ପୁରୀ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହି ଅବସରରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାଣ୍ଡ କରାଯାଇଥାଏ । କିନ୍ତୁ କରୋନା କଟକଣା ପାଇଁ ଶ୍ରୀମନ୍ଦିରର ବାଇଶି ପାହାଚ ଉପରେ ପିଣ୍ଡ ଦାନର ଅନୁମତି ନାହିଁ । ସେଥିପାଇଁ ଶ୍ରୀକ୍ଷେତ୍ରରେ ରହିଥିବା ତିର୍ଥ ପୁଷ୍କରଣୀରେ ଲୋକଙ୍କ ଭିଡ ଜମିଛି ।
ପୁଷ୍କରଣୀ କୂଳରେ ଲୋକେ ନିଜ ନିଜ ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି । ଲୋକେ ପିତୃ ପୁରୁଷଙ୍କର ପିଣ୍ଡ ଦାନ କରିବା ସହ ତର୍ପଣ ଅର୍ପଣ କରୁଥିବାର ଦେଖିବାକୁ ମିଳିଛି । ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ କରିବାର ବିଧି ୧୫ ଦିନ ଧରି ରହିଥିବା ବେଳେ ମହାଳୟା ଅମାବାସ୍ୟା ଯାଏଁ ଚାଲିବ ପିତୃପକ୍ଷ ।