ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ନୂଆବର୍ଷ ଅର୍ଥାତ ଜାନୁଆରୀ ମାସରେ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଇଛି । ଦେଶରେ ଏ ପର୍ଯ୍ୟନ୍ତ ୭.୬୨ କୋଟିର ଲୋକ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ୭.୮୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ।
ଜାନୁଆରୀ ମାସରେ ଦେଶରେ ଯେ କୈାଣସି ଦିନରେ କରୋନା ଟିକାର ବ୍ୟବହାର ପାଇଁ ଅନୁମତି ମିଳିପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହଷବର୍ଦ୍ଧନ କହିଛନ୍ତି । ଏବେ ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିବା ବେଳେ ବିଭିନ୍ନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖାଦେଇଛି ।
ପ୍ରଥମ ପର୍ଯ୍ୟୟରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ।ଏଥିରେ ସ୍ୱାସ୍ଥ୍ୟକର୍ମୀ, ପୋଲିସ ,ଯବାନ, ସଫେଇ କର୍ମଚାରୀ ,୫୦ ରୁ ଉଦ୍ଧ୍ୱର୍ ବୟସ୍ଖ ବ୍ୟକ୍ତି ଓ ଏକାଧିକ ରୋଗରେ ପୀଡିତ ଥିବା ଲୋକମାନେ ସାମିଲ ହେବେ । ଏହି ଟିକା ନେବା ପାଇଁ କୈାଣସି ବ୍ୟକ୍ତିଙ୍କୁ ବାଧ୍ୟ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି ୨୨୦ ଟି ଜିଲ୍ଲାର ୨୦ ହଜାର ଲୋକଙ୍କୁ ଏହି ଟିକାକରଣ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ।