ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ମେ ୩ ତାରିଖରେ ହୋଇଥିବା ବାତ୍ୟା ଫୋନିର ପ୍ରଭାବରେ ପୁରା ଭୁବନେଶ୍ୱର ଛାରଖାର ହୋଇଯାଇଥିଲା । ଭୁବନେଶ୍ୱରରେ ଥିବା ବହୁ ପୁରୁଣା କାଳିଆ ବଡବଡ ଗଛ ଭାଙ୍ଗି ଯାଇଥିଲା । ଯାହାର ଭରଣ ପୋଷଣ ଏତେ ସହଜ ସାଧ୍ୟ ନୁହେଁ । ତେବେ ସମୁଦ୍ରକୁ ସଙ୍ଖେ ଭଳି ରାଜଧାନୀ ଭୁବନେଶ୍ୱରକୁ ପୁଣି ପୂର୍ବଭଳି ସବୁଜ ସୁନ୍ଦର କରି ଗଢି ତୋଳିବା ପାଇଁ କ୍ରେଡାଇ ଭୁବନେଶ୍ୱର ସଂଗଠନ ନେଇଛି ଏକ ଉଲ୍ଲେଖନୀୟ ପଦକ୍ଷେପ ।
କ୍ରେଡାଇ ଭୁବନେଶ୍ୱର, କ୍ରେଡାଇ ୟୁଥ ୱିଙ୍ଗ ଓ ବିଡିଏର ମିଳିତ ସହଯୋଗରେ ବିଜୁପଟ୍ଟନାୟକ ପାର୍କ( ଫରେଷ୍ଟ ପାର୍କ) ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ୨୦୦ ଚାରା ରୋପଣ କରିଛନ୍ତି । ଏଥିରେ ଅତିଥି ଭାବେ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇଥିଲେ ।
ଏହି ଅବସରରେ ଅନୁଷ୍ଠାନର ସଭାପତି କାନ୍ତି ପଟେଲ କହିଛନ୍ତି ସସ୍ଥା କେବଳ ଯେ ରିୟଲ ଇଷ୍ଟେଟ ବ୍ୟବସାୟରେ ସୀମିତ ରହିବ ତା ନୁହେଁ, ସମାଜର ମଙ୍ଗଳ ପାଇଁ ମଧ୍ୟ ଆମର କର୍ତ୍ତବ୍ୟ ରହିଛି । ଭୁବନେଶ୍ୱରର ବିକାଶ ଓ ସମାଜର ହୀତ ସାଧନ ପାଇଁ ସସ୍ଥା ସବୁବେଳେ ସରକାରଙ୍କୁ ସହଯୋଗର ହାତ ବଢାଇବ । ସେହିଭଳି ସସ୍ଥାର ସଂପାଦକ ଉମେଶ ପଟ୍ଟନାୟକ କ୍ରେଡାଇ ୱିଥ ୟୁିଙ୍ଗ ସଦସ୍ୟଙ୍କ ଏଭଳି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପକୁ ପ୍ରଂଶସା କରିଥିଲେ । କ୍ରେଡାଇ ଭୁବନେଶ୍ୱର ଓ କ୍ରେଡାଇ ୟୁଥ ୱିଙ୍ଗର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କ୍ରେଡାଇ ଭୁବନେଶ୍ୱରର ସଭାପତି କାନ୍ତି ପଟେଲ, ଉପସଭାପତି ସୂର୍ଯ୍ୟକାନ୍ତ ନନ୍ଦା ଓ ସଂପାଦକ ଉମେଶ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।