ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବର୍ଷ ସାରା ବେଧଡକ ଚାଲୁଛି ପ୍ଲାଷ୍ଟିକ ବ୍ୟବହାର ମାତ୍ର ଯେତେବେଳେ ଗାନ୍ଧୀ ଜୟନ୍ତୀ ଆସୁଛି ସେତେବେଳେ ଆକ୍ସନ ମୁଡକୁ ଫେରୁଛି ପ୍ରଶାସନ । ବେଧଡକ ପଲିଥିନ ବ୍ୟବସାୟୀଙ୍କ ଉପରେ ବାଜୁଛି ଛାଟ । ଯାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଥିଲା ଗତ ବର୍ଷ ଗାନ୍ଧୀ ଜୟନ୍ତୀ ସମୟରେ । ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟରେ ପଲିଥିନ ବନ୍ଦ କରିବାକୁ ରାଜ୍ୟ ସରକାର କଡାକଡି ନିର୍ଦେଶ ଜାରି କରିଥିଲେ ।
ଏଥିପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ଜନ ସଚେତନତା । ଲାଗିଲା ସତେ ଯେମିତି ସହିଦ ହୋଇଯିବ ପ୍ଲାଷ୍ଟିକ ଜରି । ଆଉ ବଜାରରେ ଦେଖିବାକୁ ମିଳିବନି ଜରି । ସେଇଆ ମଧ୍ୟ ହେଲା ଗତବର୍ଷ ଅକ୍ଟୋବ ୨ ଠାରୁ କଟକ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ପାଇଁ ନିର୍ଦେଶ ନାମା ଜାରି ହୋଇଥିଲା । ମାତ୍ର ଏହି ନିୟମ କିଛି ଦିନ କଡାକଡି ପାଳନ ହେବା ପରେ ନିୟମକୁ ହେଲା ପ୍ଲୁ । ପ୍ରଶାସନ ପ୍ରଶାସନ ବାଟରେ ଆଉ ବ୍ୟବସାୟୀ ବ୍ୟବସାୟ ବାଟରେ । ଏବେ ଖୋଦ ରାଜଧାନୀ ଭୁବନେଶ୍ୱରରେ ଜୁଆଡେ ଦେଖିବ ମାଳମାଳ ପଲିଥିନ ।
ସତେ ଯେମିତି ପଲିଥିନ ବିନା ଜୀବନ ଅଧା । ତେବେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦେଶକୁ ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଘୋଷଣା କରିଛନ୍ତି । ତେବେ ଏବେ ଦେଖିବାକୁ ବାକି ରହିଲା ଚଳିତ ଗାନ୍ଧୀ ଜୟନ୍ତୀ ଠାରୁ ନିଆଯିବାକୁ ଥିବା ଏହି ପଦକ୍ଷେପ କେତେଦୂର କାର୍ଯ୍ୟକାରୀ ହେଉଛି । ସତରେ କଟକଣା କଟକଣାରେ ରହୁଛି ନାଁ ଗତବର୍ଷ ପରି ଅଧାରେ ବାଟବଣା ହେଉଛି ।