ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଦିନ ୧ ଟାରେ ପ୍ରକାଶ ପାଇବ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଏନେଇ ଶିକ୍ଷା ପରିଷଦ ସିଏଚଏସଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟରେ ନିଜର ପରୀକ୍ଷା ଫଳ ଦେଖିପାରିବେ ।
ଉକ୍ତ ଦୁଇଟି ବିଭାଗରେ ମୋଟ ୨ଲକ୍ଷ ୨୭ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ଯେଉଁଥିରେ କଳା ବିଭାଗରେ ୨ଲକ୍ଷ ୨୧ ହଜାର ଛାତ୍ରଛାତ୍ରୀ ରହିଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୨୭ ହଜାର ଛାତ୍ରଛାତ୍ରୀ ରହିଛନ୍ତି । ଉଭୟ ବିଭାଗରେ ରେଗୁଲାରରେ ପାସହାର ୯୦% ରୁ ଅଧିକ ହୋଇଥିାର ଜଣାପଡିଛି ।ସେହିପରି ଚଳିତ ବର୍ଷ ବିଜ୍ଞାନ ଓ ବାଣିଜ୍ୟରେ ରେକର୍ଡ ପାସ ହାର ହୋଇଛି । ବିଜ୍ଞାନରେ ୯୯ ଦଶମିକ ୮୮ ପ୍ରତିଶତ ପିଲା ପାସ କରିଥିବା ବେଳେ ବାଣିଜ୍ୟରେ ୯୯ ଦଶମିକ ୫୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ ।