ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଜୁନ ପହିଲାରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ । ଖାତା ଦେଖା ଆରମ୍ଭ ହେବା ପୂର୍ବରୁ ମୂଲ୍ୟାୟନ କେନ୍ଦ୍ର ଗୁଡିକୁ ସାନିଟାଇଜ କରାଯିବ । ମୂଲ୍ୟାୟନ କେନ୍ଦ୍ର ଗୁଡିକୁ ସାନିଟାଇଜ କରିବା ପାଇଁ ସିଏଚଏସଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ସୂଚନା ଯୋଗ୍ୟ କରୋନା ମୁକାବିଲା କରିବା ପାଇଁ ଅଧିକାଂଶ କେନ୍ଦ୍ର ଗୁଡିକ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ମୂଲ୍ୟାୟନ କେନ୍ଦ୍ର ଗୁଡିକୁ ରାଜ୍ୟକୁ ବାହାରୁ ଫେରୁଥିବା ପ୍ରବାସୀ ଓଡିଆ ମାନଙ୍କ ପାଇଁ କ୍ୱାରାଣ୍ଟାଇନ ସେଣ୍ଟର ଅବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଛି ।
ତେଣୁ ସୁରକ୍ଷାକୁ ନଜରରେ ରଖି କେନ୍ଦ୍ର ଗୁଡିକ ଖାଲି କରାଯାଇଛି ସାନିଟାଇଜ କରିବାକୁ ସିଏଚଏସଇ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ସହ ୩୦ ତାରିଖ ସୁଦ୍ଧା କେନ୍ଦ୍ର ଗୁଡିକ ସାନିଟାଇଜ କରିବା ପାଇଁ ସିଏଚଏସଇ ପକ୍ଷରୁ କୁହାଯାଇଛି । ତେବେ ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ଅଧ୍ୟାପକ ମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଏଚଏସଇ ପକ୍ଷରୁ ନିବେଦନ କରାଯାଇଛି ।