ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନା ମହାମାରୀ ପାଇଁ ଏବେ ସାରା ବିଶ୍ୱରେ ପରିସ୍ଥିତି ଖରାପ ରହିଛି । ଭାରତରେ ମଧ୍ୟ କରୋନା ତାର କାୟା ବିସ୍ତାର କରୁଛି । ଦେଶରେ ଲକ ଡାଉନ ଉଚ୍ଛେଦ ହୋଇଥିଲେ ମଧ୍ୟ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି ।
ଯାହାଫଳରେ ଏବେ ପିଲାଙ୍କ ପାଠ ପଢା ବ୍ୟାଘତ ହୋଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଏବେ ଦୁରଦର୍ଶନରେ ପାଠ ପଢାଇବେ ଅଧ୍ୟାପକ ଅଧ୍ୟାପିକା । ଆଜିଠାରୁ ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ପାଡ ପଢାହେବ । ସକାଳ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ପାଠ ପଢାଇବେ ।
ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଆଗାମୀ ଦିନରେ କଳା ଏବଂ ବାଣିଜ୍ୟ ବିଭାଗ ପାଇଁ ପାଠ ପଢା ହେବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି । କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବାରୁ ଦୁରଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।