ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ତାଣ୍ଡବ ରଚି ଅନେକ କ୍ଷୟକ୍ଷତି ଘଟାଇ ଚାଲି ଯାଇଛି ବାତ୍ୟା ୟାସ୍ । ଏହାର ସମୀକ୍ଷା ପାଇଁ ଭୁବନେଶ୍ୱରରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜ୍ୟପାଳ ଗଣେଶୀଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ସ୍ୱାଗତ କରିଛନ୍ତି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସଆରସି ପ୍ରଦୀପ ଜେନା, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟରେ ଅଛନ୍ତି । ପ୍ରଥମେ ରାଜ୍ୟର ଅଧିକାରୀଙ୍କୁ ସହ ୟାସ୍ ର କ୍ଷୟକ୍ଷତି ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପରେ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଦେଖିବେ ।
ଅଧିକ କ୍ଷୟକ୍ଷତି ହୋଇଥିବା ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳ ପରିଦର୍ଶନ କରି ସାରିବା ପରେ ପୁଣି ପଶ୍ଚିମବଙ୍ଗ ମେଦିନପୁରରେ ବାତ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।