ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୬ ତାରିଖରେ ବାଂଲାଦେଶ ଗସ୍ତ କରିବେ ।ାସେଠାରେ ସେ ୫୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମାରୋହରେ ଯୋଗ ଦେବେ ।ସ୍ୱାଧୀନତା ଦିବସ ଅବସରରେ ସେ ବାଂଲାଦେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ମରୋନା ମହାମାରୀ ମଧ୍ୟରେ ଦୀର୍ଘ ସମୟ ପରେ ସେ ପ୍ରଥମ ବିଦେଶ ଗସ୍ତ ହେବ ।
ବାଂଲାଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଢାକା- ପଶ୍ଚିମବଙ୍ଗର ନ୍ୟୁ ଜଳପାଇଗୁଡ଼ି ମଧ୍ୟରେ ଏକ ସିଧାସଳଖ ପାସେଞ୍ଜର ଟ୍ରେନ୍ ସେବାର ଶୁଭାରମ୍ଭ କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଗତ ସପ୍ତାହରେ ଢାକା ଯାଇଥିଲେ ।