ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ , ହେଲଥ ୱାର୍କରମାନଙ୍କୁ ସ୍ଥାନ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୭ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଟିକା ନେଇସାରିଲେଣି । ଦ୍ୱିତୀୟ ପର୍ଯ୍ୟାୟରେ ଟିକାକରଣରେ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ ଟିକାଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ଏବେ ଦେଶରେ ଥିବା ଅଧିକାଂଶ ଲୋକ ରାଜନେତାଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବାରୁ ଶୁଣିବାକୁ ମିଳୁଛି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ , ଏମପି ଓ ଅନ୍ୟ ରାଜନେତାଙ୍କୁ ଟିକା ଦିଆଯାଇପାରେ । ଅନ୍ୟପଟେ ଭ୍ୟାକ୍ସିନେଶନ ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଏଚ ଟି ଦେବେଗୈାଡାଙ୍କ ନାମ ଆସୁଥିବାର ଜଣାପଡିଛି ।
୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ ଏହି ଟିକା ଦିଆଯିବ, ସେମାନେ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ହୋଇ ନ ଥିବା ବା ତାଙ୍କ ଠାରେ ବିଶେଷ ଶାରୀରିକ ସମସ୍ୟା ନ ଥିବା ଉଚିତ।ଅନୁମାନ କରାଯାଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ଏପ୍ରିଲ ମାସରେ କରାଯିବ ।