ଚେନ୍ନାଇ(ଏଟିଆର ବ୍ୟୁରୋ):ଭାରତୀୟ ସେନାଙ୍କୁ ଆଜି ୧୧୮ ଟି ସ୍ୱଦେଶୀ ଯୁଦ୍ଧକ ଟ୍ୟାଙ୍କ ହସ୍ତାନ୍ତର କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରୀୟ ସେନାକୁ ୧୧୮ ଟି ଅର୍ଜୁନ ଟ୍ୟାଙ୍କ ହସ୍ତାନ୍ତର କରିବେ । ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀ ଚେନ୍ନାଇ ଅଭିମୁଖେ ଆଜି ବାହାରିଛନ୍ତି ।
୧୧୮ ଅର୍ଜୁନ ଟ୍ୟାଙ୍କ ମଧ୍ୟ ପୂର୍ବରୁ ୧୨୪ ଟ୍ୟାଙ୍କ ଭଳି ଭାରତୀୟ ସେନାର ବଡ ଅସ୍ତ୍ର ହେବ । ଏହା ହେଉଛି ‘ସିଭିଆର୍ଡିଇ’, ‘ଡିଆର୍ଡିଓ’ ଏବଂ ଅନ୍ୟ ୧୫ଟି ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ବିକଶିତ ଏବଂ ନିର୍ମିତ ସ୍ୱଦେଶୀ ଯୁଦ୍ଧ କମାଣ। ଏହାକୁ ନିର୍ମାଣ କରିବାରେ କେତେକ ମଧ୍ୟମ ଏବଂ କ୍ଷୁଦ୍ରଶିଳ୍ପ ମଧ୍ୟ ଅଂଶ ଗ୍ରହଣ କରିଥିଲେ।
ଆତ୍ମନିର୍ଭର ଭାରତ ଅଭିଯାନର ଅଂଶବିଶେଷ ଭାବେ କେତେଗୁଡ଼ିଏ ପ୍ରକଳ୍ପ ଉଦ୍ଘାଟନ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡୁ ଓ କେରଳ ଗସ୍ତରେ ଅଛନ୍ତି। ଗ୍ରାଣ୍ଡ୍ ଆନିକଟ୍ କେନାଲ୍ ସିଷ୍ଟମ୍ର ପୁନନିର୍ମାଣ ଓ ଆଧୁନିକକରଣ ନିମନ୍ତେ ମଧ୍ୟ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ତ୍ରିକୋଣଭୂମି ଜିଲ୍ଲାମାନଙ୍କରେ ଚାଷବାସ ପାଇଁ ଗୁରୁତ୍ୱବହନ କରୁଥିବା ଏହି କେନାଲ୍ ଲାଗି ପ୍ରାୟ ୨,୬୪୦ କୋଟି ଟଙ୍କା ଅଟକଳ କରାଯାଇଛି।