ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦେଶରେ କରୋନା ଦ୍ୱିତୀୟ ଲହରୀର ସ୍ଥିତି ଅଣାୟତ ହୋଇପଡିଛି । ଦୈନିକ ସଂକ୍ରମଣ ସଂଖ୍ୟା ପ୍ରିତିଦିନ ରେକର୍ଡ ଭାଙ୍ଗୁଛି ।ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ହେବା ସହ କଟକଣା କଡାକଡି କରାଯାଇଛି । ଏପରିକି ରାଜଧାନୀ ଦିଲ୍ଲୀରେ ସ୍ଥିତି ଅଣାୟତ ହୋଇଯିବାରୁ ଦିଲ୍ଲୀ ସରକାର ୬ ଦିନିଆ ଲକଡାଉନ ଲାଗୁ କରିଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଜନିତ ମାମଲା ବଢିବା ପରେ ଏହି ବୈଠକ ଡାକିଥିଲେ । ଏହି ବୈଠକରେ ଅଦେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏଥିରେ ଲକଡାଉନ ଝପରେ ବିଚାର କରାଯିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ନତ୍ତି ନିଆଯିବ ବୋଲି କୁହାଯାଇଛି ।
କରୋନାର ସଂକ୍ରମଣ ହାର ଦୃତ ଗତିରେ ବଢିବା ନେଇ ମଧ୍ୟ ଲୋକମାନଙ୍କ ମନରେ ଏକ ପ୍ରକାର ଭୟ ଦେଖିବାକୁ ମିଳୁଛି । କଣ ସମଗ୍ର ଦେଶରେ ପୁଣି ଥରେ ଲକଡାଉନ ହେବ କି ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ ହୋଇଥିଲେ ମଧ୍ୟ ପରିସ୍ଥିତିରେ କୈାଣସି ସୁଧାର ପରିଲିଖିତ ହେଉନାହିଁ ।
ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୭୩ ହଜାର ୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଦୈନିକ କୃତ୍ୟୁ ସଂଖ୍ୟା ୧୬୦୦ କୁ ଟପିଛି । ଗତ ୨୪ଘଣ୍ଟା ମଧ୍ୟରେ ୧୬୧୯ ଜଣଙ୍କର ମୃତ୍ୟୁ ଘଟିଛି ।