ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ କାଶ୍ମୀର ବାସିନ୍ଦାଙ୍କ ପାଇଁ “ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା” ର ଶୁଭାରମ୍ଭ କରିଛନ୍ତି । ଏଣିକି ରାଜ୍ୟର ୨୧ ଲକ୍ଷ ହିତାଧିକାରୀ ଉପକୃତ ହେବେ । ସେମାନଙ୍କୁ ମାଗଣାରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।
ଏହି ମାଗଣା ସ୍ୱାସ୍ଥ୍ୟବସ୍ଥା ପାଇଁ ରାଜ୍ୟର ୨୨୯ସରକାରୀ ଏବଂ ୩୫ ଟି ଘରୋଇ ହସ୍ପିଟାଲ କୁ ତାଲିକାଭୁକ୍ତ କରାଯାଇଛି । ଗତବର୍ଷ ଅଗଷ୍ଟ ମାସରୁ ଜମ୍ମୁ କାଶ୍ମୀରରେ ବିକାଶ ନୂତନ ତରଙ୍ଗ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନୁସାରେ ତାଲିକାଭୁକ୍ତ ଯେକୈାଣସି ହସ୍ପିଟାଲରେ ଲୋକେ ମାଗଣାରେ ଚିକିତ୍ସା କରାଇପାରିବେ ।
ଏହି ଯୋଜନା ସବୁଆଡେ ଲାଗୁ ହୋଇଛି । ଏହି ଯୋଜନା କେବଳ ଗରିବଙ୍କ ପାଇଁ ଉଦ୍ଦିଷ୍ଟ । କିନ୍ତୁ ଜମ୍ମୁ କାଶ୍ମୀରର ସମସ୍ତ ବ୍ୟକ୍ତି ଏହି ଯୋଜନାରୁ ସୁଫଳ ପାଇପାରିବେ ।