ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜିଠାରୁ ସାରା ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳୁ ଦିଲ୍ଲୀ ଏମ୍ସରେ କୋଭିଡର ପ୍ରଥମ ଡୋଜ ନେଇଛନ୍ତି । ଏଥିରେ ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିମାନଙ୍କୁ ଏହି ଟିକା ପ୍ରଦାନ କରାଯିବ ।
ଏ ନେଇ ମୋଦୀ ଟ୍ୱିଟ କରି ଲେଖିଛନ୍ତି , ଦିଲ୍ଲୀ ଏମ୍ସରେ ମୁଁ କରୋନା ଟିକା ନେଇଛି । ଡାକ୍ତର ଓ ବୈଜ୍ଞାନିକ ମାନଙ୍କ ପାଇଁ ଆଜି ଆମ ଦେଶ କରୋନା ବିରୋଧରେ ଲଢେଇ କରିପାରୁଛି । ଏଥିସହ ସେ ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ନେବା ପାଇଁଁ ଅନୁରୋଧ ମଧ୍ୟ କରିଛନ୍ତି । ସେହିପରି ବିନା ଭୟରେ କରୋନା ଟିକା ନେଇ ଦେଶକୁ କରୋନା ମୁକ୍ତ କରିବା ପାଇଁ କହିଛନ୍ତି ।
ଏହି ଟିକା ବରିଷ୍ଠ ନାଗରିକ ଓ ଅନ୍ୟ ରୋଗରେ ପୀଡିତ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ମଧ୍ୟ ଟିକା ନେଇପାରିବେ । ଯେଉଁମାନେ ଟିକା ନେବେ ସମସ୍ତଙ୍କୁ କୋୱିନ ଆପରେ ରେଜିଷ୍ଟେସନ କରିବାକୁ ପଡିବ ।ଯେଉଁମାନେ ଘରୋଇ ହସ୍ପିଟାଲରେ ଟିକା ନେବେ ସେମାନଙ୍କୁ ଡୋଜ ପିଛା ୨୫୦ ଟଙ୍କା ଦେବାକୁ ପଡିବ ।