ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଗାମୀ ୧୬ ତାରିଖରେ ଦେଶରେ ଟିକାକରଣ ଆରମ୍ଭ ହେବ । ଏଥି ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ପ୍ରସ୍ତୁତି ଜାରି ରହିଥିବା ବେଳେ ଆସନ୍ତା କାଲି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଅପରାହ୍ନ ୪ ଟାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବେ ।
ଟିକାକାଣ ସମ୍ପର୍କରେ ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ୩ କୋଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୭ କୋଟି ଭାରତୀୟଙ୍କୁ କୋଭିଡ ଟିକା ଦିଆଯିବ । ଏବଂ କେଉଁ ରାଜ୍ୟରେ କେତେ ଲୋକ ଟିକା ପାଇବେ ଏ ନେଇ ଆଲୋଚନା କରାଯିବ ।
ସବୁ ରାଜ୍ୟକୁ ଟିକା ପହଞ୍ଚିବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ଏହି ଟିକାକରଣ ପାଇଁ ୨୯୦୦୦ ନ୍ଦ୍ରେ ରହିଛି । ପରିବହନ ବ୍ୟବସ୍ଥା ପାଇଁ ୨୪୦ ଟି ୱାକ ଇନ କୁଲର ରହିଥିବା ବେଳେ ୭୦ ଟି ୱାକ ଇପ ଫ୍ରିଜର , ୪୫ ହଜାର ରେଫ୍ରିଜେରେଟର ଓ ୪୧ ଜହାର ଡିପ ଫ୍ରିଜର ରହିଛି ।
ପ୍ରଥମେ ୫୦ ବର୍ଷରୁ ଅଧିକ ବୟସ୍କ ଓ ଗୁରୁତର ରୋଗରେ ପିଡିତ ଥିବା ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଓ ଏହା ପରେ ୫୦ ରୁ କମ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ମୋଟ ୩୦ କୋଟି ନାଗରିକଙ୍କୁ ଏହି ଟିକା ଦିଆଯିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ଟିକା ନେବା ପାଇଁ ଆସିିଥିବା ବ୍ୟକ୍ତି ନିଜର ଡକ୍ୟୁମେଣ୍ଟଦେଇ ଟିକା ନେଇପାରିବେ ।
ଏବଂ ଏଥିପାଇଁ ଆଧାର କାର୍ଡ , ଡ୍ରାଇଭିଂ ଲାଇସେନ୍ସ , ଜବ୍ କାର୍ଡ , ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ପାସବୁକ ଆବଶ୍ୟକ ହେବ ।