ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜି ହେଉଛି ଜାନୁଆରୀ ୨୩ । ସୁବାଷଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ । ଆଜିର ଦିନକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକତା ଅଭିମୁଖେ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ମୋଦୀ ନେତାଜୀଙ୍କ ସ୍ମୃତିରେ ଏକ ସ୍ମରଣୀୟମୂଳକ ମୁଦ୍ରା ଓ ଡାକ ଟିକେଟ ଜାରି କରିବେ ।
ପଶ୍ଚିମବଙ୍ଗ ଜାଇ ସେଠାରେ ନେତାଜୀଙ୍କ ଜୀବନି ଉପରେ ଆଧାରିତ ଏକ ସ୍ଥାୟୀ ପଦର୍ଶନ ଓ ଏକ ‘ପ୍ରୋଜେକ୍ସନ୍ ମ୍ୟାପିଙ୍ଗ୍ ସୋ’ ଉଦଘାଟନ କରିବେ । ମୋଦୀ ଏକ ଟ୍ୱିଇଟରେ ଲେଖିଛନ୍ତି ପଶ୍ଛିମବଙ୍ଗ ପରାକ୍ରମ ଦିବସ ଭଳି ଏକ ଶୁଭଦିନରେ ପଶ୍ଚିମବଙ୍ଗ ଭାଇ ଭଉଣୀଙ୍କ ଗହଣରେ ଉପସ୍ଥିତ ହେବାକୁ ମୁଁ ସମ୍ମାନର କଥା ବୋଲି ମନେ କରୁଛି ।
କୋଲକତା କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଆସାମର ଶିବସାଗରରେ ଜେରଂଗପାଥଣ ମଧ୍ୟ ଯିବେ । ଓ ସେଠାରେ ୧.୦୬ ଲକ୍ଷ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରିବେ ।୧୯୩୮ ରେ କଂଗ୍ରେସ ଐତିହାସିକ ଅଧିବେଶନରେ ନେତାଜୀଙ୍କ କଂଗ୍ରେସ ଅଧ୍ୟକ୍ଷ ପାଇଁ ଚୟନ ହୋଇଥିଲେ ।