ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜି ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଟିକା ସମ୍ପର୍କରେ ଆଲେଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଟିକା ପ୍ରସ୍ତୁତି କରୁଥିବା ୩ଟି ଫାର୍ମ ଜିଡ଼ସ୍ କାଡ଼ିଲା , ଭାରତ ବାୟୋଟେକ ଓ ସେରମ ଇନଷ୍ଟିଚୁଟ୍ ପରିଦର୍ଶନ କରିବେ ମୋଦି । ଏଥିପାଇଁ ପ୍ରଥମେ ଅହମ୍ମଦାବାଦ, ପୁନେ ଓ ପରେ ହାଇଦ୍ରାବାଦ ଯିବେ ।
ଜାଇଡସ୍ କାଡିଲା କମ୍ପାନୀ ଏହାର ଅହମ୍ମଦାବାଦ ସ୍ଥିତ ପ୍ଲାଣ୍ଟରେ ଜାଇକୋଭ୍- ଡି ଟିକା ପ୍ରସ୍ତୁତ କରୁଛି ।ଅହମ୍ମଦାବାଦ ସହର ଉପକଣ୍ଠରେ ଥିବା ଏହି ସଂସ୍ଥା ନିଜସ୍ୱ କରୋନା ଟିକା ‘ଜାଇକୋଭ୍-ଡି’ ପ୍ରସ୍ତୁତ କରୁଛି । ଏହା ପରେ ପ୍ରଧାନମନ୍ତ୍ରୀ ପୁଣେ ଗସ୍ତ କରି ସେଠାରେ ଟୀକା ଉତ୍ପାଦନ, ବିତରଣ ଓ ଭ୍ୟାକ୍ସିନର ସ୍ଥିତି ପରଖିବେ ।
ପୁଣେରେ କୋଭିସିଲ୍ଡର ସ୍ଥିତି ପରଖିବେ ମୋଦି । ଶେଷରେ ହାଇଦ୍ରାବାଦର ଭାରତ ବାୟୋଟେକରେ କୋଭିକ୍ସିନ ଟିକାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଦେଶବାସୀ କରୋନା ବିରୋଧରେ ଦୀର୍ଘ ଦିନ ଧରି ଲଢେଇ ଜାରି ରଖିଥିବାବେଳେ ଖୁବ ଶୀଘ୍ର ଟିକା ମିଳିବାକୁ ଯାଉଛି ।