ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ହେଉଛି ଓଡିଆ ନବବର୍ଷ ତଥା ମହାବିଷୁବ ପଣାସଂକ୍ରାନ୍ତି । ଏହି ଦିନ ଆରମ୍ଭ ହୋଇଥାଏ ଓଡିଆ ପଞ୍ଜିକା । ଓଡିଆ ପରମ୍ପରାର ଏହି ଦିନଟିକୁ ପ୍ରତିଟି ଓଡିଆ ଘରେ ଘରେ ପାଳନ କରିଥାନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଆ ଓଡିଆଙ୍କୁ ଓଡିଆ ନବବର୍ଷ ଉପଲକ୍ଷେ ଅଭିନ୍ଦନ ଜଣାଇଛନ୍ତି । ମୋଦୀ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ଓ ସମୃଦ୍ଦି କାମନା କରିଛନ୍ତି । ନବବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଟ୍ୱିଓ କରି ଶୁଭେଚ୍ଛା ଜଣାଇଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ମଧ୍ୟ ନିଜର ଶୁଭେଚ୍ଛା ବାର୍ତ୍ତା ଜାରି କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ କରୁଣର ଓ ଅସୀମ ଆଶାର୍ବାଦ ସଭିଙ୍କ ଉପରେ ରହିଥାଉ ବୋଲି ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଓଡିଶାବାସୀଙ୍କ ଶୁଖ ଓ ସମୃଦ୍ଧି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଏବଂ ଏହା ସହ ପୋଲିସ ଡିଜି ଅଭୟ ମଧ୍ୟ ପଣା ସଂକ୍ରାନ୍ତି ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।