ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜି ରାଜ୍ୟସଭାରେ ନରେନ୍ଦ୍ର ମୋଦି ଅଭିଭାଷଣ ଦେଇଛନ୍ତି । ଗୃହରେ ଚାଷୀ ଆନ୍ଦୋଳନ ଜୋର ଧରିଥିଲା । ମୋଦି କହିଛନ୍ତି ଏମଏସପି ଥିଲା , ଏମଏସପି ଅଛି ଆଗକୁ ମଧ୍ୟ ଏମଏସପି ରହିବ ବୋଲି କହିଛନ୍ତି । କ୍ଷୁଦ୍ର ଚାଷୀଙ୍କୁ ଦୃଷ୍ଟିରେ ରଖି ସମସ୍ତ ନିଷ୍ପତ୍ତି ନିଆଯିବ ବୋଲି ମୋଦୀ କହିଛନ୍ତି ।
ଯେକୈାଣସି ନୂଆ ଆଇନ ଆସିଲେ ପରବର୍ତ୍ତୀ ସମୟରେ ଏଥିରେ ସଂଶୋଧନ ମଧ୍ୟ କରାଯାଏ । ଆନ୍ଦୋଳନକାରୀଙ୍କୁ ବୁଝାଯାଇ ଆଗକୁ ବଢିବାକୁ ହେବ । ଏବଂ ମୋଦୀ ଏହା ମଧ୍ୟ କହିଛନ୍ତି ଯେଉଁ ବୟସ୍କ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି ସେମାନେ ଘରକୁ ଫେରିଯିବା ଉଚିତ ।
ଗରିବଙ୍କ ପାଇଁ ସୁଲଭ ମୁଲ୍ୟରେ ରାସନ ଯୋଗାଇ ଦିଆଯିବା ସହ ମଣ୍ଡିକୁ ଆଧୁନିକରଣ କରାଯିବ । କିନ୍ତୁ ଦେଶର କେହି ମନୋବଳ ଭାଙ୍ଗନ୍ତୁନି ବୋଲି ମୋଦୀ କହିଛନ୍ତି । ମୋଦି କହିଛନ୍ତି ଯେ ଆଜି ବିରୋଧୀ ୟୁଟର୍ଣ୍ଣ ନେଉଛନ୍ତି, କାରଣ ଆଗକୁ ରାଜନୀତି ଅଛି ।