ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଆସନ୍ତା ୧୬ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ । କୋଭିଡ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।
କରୋନାରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ ପ୍ରକ୍ରିୟା ଶନିବାର ୩୦୦୦ କେନ୍ଦ୍ରରେ ଆରମ୍ଭ କରାଯିବ । ଏନେଇ ନୀତି ଆୟୋଗର ସଦସ୍ୟ ବିକେ ପଲ୍ ସୂଚନା ଦେଇଛନ୍ତି । ପ୍ରତ୍ୟେକ ଦିନ କେନ୍ଦ୍ରରେ ଟିକା ଦିଆଯିବ । ଟିକାକରଣ ଅଭିଯାନ ଶୁଭାରମ୍ଭ କରିବା ପରେ ପ୍ରଧାମନ୍ତ୍ରୀ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବେ ।
ଟିକାକରଣ ପ୍ରଥମ ଦିନରେ ପ୍ରାୟ ୩୦ ନିୟୁତ ସ୍ୱାସ୍ଥ୍ୟକର୍ମାଙ୍କୁ ଟିକା ପ୍ରଦାନ କରାଯିବ ଓ ପରେ ୨୭୦ ନିୟୁତ ୫୦ ରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଏହି ଟିକା ପ୍ରଦାନ କରାଯିବ । ପ୍ରତ୍ୟେକ ଟିକା କେନ୍ଦ୍ରରେ ପ୍ରାୟ ୧୦୦ ଲୋକ ରହିବେ ।